Below header

ଆଜି ୧୨ ଘଣ୍ଟିଆ ନୂଆପଡା ବନ୍ଦ, ଜିଲ୍ଲା ଓବିସି ମୋର୍ଚ୍ଚା ପକ୍ଷରୁ ବନ୍ଦ ଡାକରା

ନୂଆପଡା (କେନ୍ୟୁଜ): ଆଜି ୧୨ ଘଣ୍ଟିଆ ନୂଆପଡା ବନ୍ଦ । ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ବ୍ୟବସ୍ଥାରେ ପଛୁଆବର୍ଗଙ୍କୁ ଉପେକ୍ଷା କରାଯାଇଥିବା ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି । ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ପିକେଟିଂ କରାଯାଇ ଦୋକାନ, ବଜାର, ସରକାରୀ ଓ ବେସରକାରି କାର୍ଯ୍ୟାଳୟ ବନ୍ଦ କରିଛନ୍ତି । ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ୩୫୩ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହଶହ ଗାଡି ମୋଟର ଅଟକି ରହିଛି ।

ଏଥିସହିତ ନୂଆପଡ଼ା , କୋର୍ଟ, ଦୋକାନ ବଜାର, ପେଟ୍ରୋଲ ପମ୍ପ, ବ୍ୟାଙ୍କ ସେବା ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି । ନୂଆପଡ଼ା ,କୋମନା, ଖଡିଆଳ, ବୋଡେନ ଓ ସିନାପାଲି ବ୍ଲକ୍ ସଂପୂର୍ଣ୍ଣ ଭାବରେ ବନ୍ଦ ରହିଛି । ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.