ବିପଦ ସଙ୍କେତ ଉପରେ ଜଳକା: ଲଗାଣ ବର୍ଷା ଯୋଗୁ ବଢୁଛି ଜଳସ୍ତର

ଭଦ୍ରକ (କେନ୍ୟୁଜ): ବିପଦ ସଙ୍କେତ ଟପିଲା ଜଳକା । ବସ୍ତା ବ୍ଳକ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ସକାଳ ୧୦ଟା ସୁଦ୍ଧା ୬.୦୪ ମିଟରରେ ପ୍ରବାହିତ ହେଉଛି। ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଜଳରେ ପ୍ରବଳ ବର୍ଷା କାରଣରୁ ନଦୀରେ ଜଳସ୍ତର କ୍ରମଶ ବୃଦ୍ଧି ପାଉଛି।

ସେପଟେ ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡା, ତିତ୍ରଡା, ରାସଗୋବିନ୍ଦପୁର ଅଂଚଳରେ ବର୍ଷା କାରଣରୁ ଜଳସ୍ତର ବଢିବାରେ ଲାଗିଛି । ପ୍ରବଳ ବର୍ଷା ଯୋଗୁ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି । ଗତ ବନ୍ୟାରେ ବସ୍ତା ବ୍ଲକର ୫ ଶହ ହେକ୍ଟରରୁ ଅଧିକ ଜମିରେ ଧାନ ନଷ୍ଟ ହୋଇଥିଲା । ଏବେ ପୁଣି ବନ୍ୟା ହେଲେ ବସ୍ତା ବ୍ଲକର ୭ଟି ପଂଚାୟତର ୫ ହଜାରରୁ ଅଧିକ ହେକ୍ଟର ଧାନ ଫସଲ ନଷ୍ଟ ହେବା ସହ ସଦର ବ୍ଲକର ୨ଟି ପଂଚାୟତରୁ ୧ ହଜାରରୁ ଅଧିକ ଧାନ ଫସଲ ପ୍ରଭାବିତ ହେବା ଆଶଂକା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.