ଶିକ୍ଷୟିତ୍ରୀ ନିଖୋଜ ମାମଲା : ପୋଲିସ ବାରାକ୍‌ରୁ ଚମ୍ପଟ ମାରିଲେ ସନସାଇନ ପବ୍ଲିକ ସ୍କୁଲ ମାଲିକ ଗୋବିନ୍ଦ ସାହୁ

ବଲାଙ୍ଗୀର (କେନ୍ୟୁଜ): ପୋଲିସ ବାରାକ୍‌ରୁ ଅଭିଯୁକ୍ତ ଚମ୍ପଟ। ବ୍ୟାପକ ସୁରକ୍ଷା ସତ୍ତ୍ୱେ ଚମ୍ପଟ ମାରିଲେ ସନସାଇନ ପବ୍ଲିକ ସ୍କୁଲ ମାଲିକ ଗୋବିନ୍ଦ ସାହୁ। ଟିଟିଲାଗଡ଼ ପୋଲିସ ଥାନା ବ୍ୟାରେକରୁ ଫେରାର ହେଲାଥିଲା ଅଭିଯୁକ୍ତ। ବଲାଙ୍ଗିର ମହାଲିଙ୍ଗର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାରେ ଗୋବିନ୍ଦଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ। ତାଙ୍କ ସହ ୨ଜଣ କନଷ୍ଚେବଳଙ୍କୁ ନିୟୋଜିତ କରାଯାଇଥିବା ବେଳେ ବିଳମ୍ବିତ ରାତିରେ କିନ୍ତୁ ଗୋବିନ୍ଦ ଫେରାର ହୋଇଯାଇଛି।

ଏହା ପରେ ଟିଟିଲାଗଡ଼ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବାରିକେଡ ସହ ବ୍ୟାପକ ଚେକିଂ ଆରମ୍ଭ ହୋଇଛି। ମହାଲିଙ୍ଗର ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଦାୟିତ୍ୱରେ ଥିଲେ ମମିତା ମେହେର। ମିଟିଂ ଥିବା ନେଇ ମମିତାଙ୍କୁ ଗୋବିନ୍ଦ ଡାକିଥିବା ବେଳେ ସେ ସ୍କୁଲକୁ ଯାଇ ଆଉ ଘରକୁ ଫେରିନଥିଲେ। ଏନେଇ ମମିତାଙ୍କ ପରିବାର ଲୋକ ଗୋବିନ୍ଦଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଗୋବିନ୍ଦଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.