Below header

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରେଜଲ୍ଟ ଶୂନ ହୋଇଥିବା ରାଜ୍ୟର ୮୨ଟି ସ୍କୁଲକୁ ଗଣଶିକ୍ଷା ବିଭାଗର ନୋଟିସ୍‌

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟର ୮୨ଟି ସ୍କୁଲକୁ ଗଣଶିକ୍ଷା ବିଭାଗର ନୋଟିସ୍‌ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରେଜଲ୍ଟ ଶୂନ ହୋଇଥିବା ଏହି ସ୍କୁଲକୁ ନୋଟିସ୍‌ ଜାରି କରାଯାଇଛି । କାହିଁକି ରେଜଲ୍ଟ ଶୂନ ହେଲା ସେନେଇ ସମୀକ୍ଷା କରାଯିବ । ସମୀକ୍ଷା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହି ସବୁ ସ୍କୁଲ ପରିଦର୍ଶନରେ ଯିବେ ଗଣଶିକ୍ଷା ମନ୍ତ୍ରୀ । ଏହାଛଡା ଓଡ଼ିଆ ମାଧ୍ୟମ ସ୍କୁଲରେ ଇଂରାଜୀ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ । ମୌଖିକ ଇଂରାଜୀ ପାଇଁ ଅଭିଭାବକମାନେ ଇଂରାଜୀ ମାଧ୍ୟମ ସ୍କୁଲ ମୁହାଁ ହେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.