ଋଣଭାରରୁ ମୁକ୍ତି ଏବଂ ଚାକିରିରେ ଉନ୍ନତି କରିବାକୁ ଚାହୁଁଥିଲେ ହନୁମାନଙ୍କୁ ଏପରି କରନ୍ତୁ ସିନ୍ଦୂର ଅର୍ପଣ

ଭଗବାନ ହନୁମାନ ସମସ୍ତ ସଂକଟ ଦୂର କରିଥାନ୍ତି। ଭଗବାନ ହନୁମାନଙ୍କୁ ସବୁଠାରୁ ମଙ୍ଗଳକାରୀ ଦେବତା କୁହାଯାଇଥାଏ। ମାନ୍ୟତା ରହିଛି ଯେ, ପ୍ରଭୁ ହନୁମାନଙ୍କୁ ପୂଜା କରିବା ଦ୍ବାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ। ତାଙ୍କୁ ପ୍ରସନ୍ନ କରିବା ଅତ୍ୟନ୍ତ ସହଜ ଅଟେ ବୋଲି ଦରାଯାଏ। ପ୍ରଭୁ ହନୁମାନଙ୍କୁ ପ୍ରସନ୍ନ କରିବାର ସର୍ବୋତ୍ତମ ଉପାୟ ହେଉଛି ସିନ୍ଦୂର ଅର୍ପଣ କରିବା। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ପ୍ରଭୁ ହନୁମାନଙ୍କୁ ସିନ୍ଦୂର ଅତ୍ୟନ୍ତ ପ୍ରିୟ। ତେଣୁ ତାଙ୍କୁ ସିନ୍ଦୂର ଅର୍ପଣ କରିବା ଓ ଲେପନ କରିବା ଅତ୍ୟନ୍ତ ଶୁଭକର ଅଟେ। ମାନ୍ୟତା ରହିଛି ଯେ, ହନୁମାନଙ୍କୁ ସିନ୍ଦୂର ଅର୍ପଣ କରିବା ଦ୍ବାରା ସେ ପ୍ରସନ୍ନ ହୋଇ ଭକ୍ତଙ୍କର ସମସ୍ତ ଦୁଃଖ, କଷ୍ଟ ଦୂର କରିଥାନ୍ତି। ପ୍ରଭୁ ହନୁମାନ ମାତା ସୀତାଙ୍କ ଠାରୁ ସିନ୍ଦୂର ଲଗାଇବା ଶିଖିଥିଲେ। ସେହି ଦିନ ଠାରୁ ଭଗବାନ ହନୁମାନ ସିନ୍ଦୂର ଲଗାଉଛନ୍ତି ବୋଲି ମାନ୍ୟତା ରହିଛି। ସିନ୍ଦୂର ଅର୍ପଣ କରିବା ଦ୍ବାରା ଋଣଭାର, ଦୁର୍ଘଟଣା ଇତ୍ୟାଦିରୁ ରକ୍ଷା ମିଳିଥାଏ।

hanumanସିନ୍ଦୂର ଲଗାଇବାର ମହତ୍ତ୍ବ

ହିନ୍ଦୁ ଧର୍ମରେ ସିନ୍ଦୂର ଲଗାଇବାର ଅନେକ ମହତ୍ତ୍ବ ରହିଛି। ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁଯାୟୀ, ଏହା ସଧବା ନାରୀର ଆଭୂଷଣ ଅଟେ। ସିନ୍ଦୂର ଲଗାଇବା ଦ୍ବାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ଏବଂ ସ୍ବାମୀଙ୍କର ଆୟୁଷ ବଢ଼ିଥାଏ ବୋଲି କୁହାଯାଏ। ସିନ୍ଦୂର ମୁଖ୍ୟତଃ ଲାଲ ଓ ନାରଙ୍ଗୀ ରଙ୍ଗର ଅଟେ। ସିନ୍ଦୂର ବିନା କୌଣସି ବିବାହ ସମ୍ପନ୍ନ ହୋଇ ନ ଥାଏ। ସିନ୍ଦୂରର ସମ୍ବନ୍ଧ ମଙ୍ଗଳ ଗ୍ରହ ସହ ରହିଛି। ତେଣୁ ସିନ୍ଦୂରକୁ ମଙ୍ଗଳକାରୀ କୁହାଯାଇଥାଏ।

ଭଗବାନ ହନୁମାନଙ୍କୁ ସିନ୍ଦୂର ଅର୍ପଣ କରିବାର ନିୟମ

-ପୁରୁଷମାନେ ଭଗବାନ ହନୁମାନଙ୍କୁ ସିନ୍ଦୂର ଅର୍ପଣ କରିବା ଉଚିତ। ମହିଳାମା‌ନେ କେବେ ବି ହନୁମାନଙ୍କୁ ସିନ୍ଦୂର ଅର୍ପଣ କରନ୍ତୁ ନାହିଁ।

-ପ୍ରଭୁ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ମଙ୍ଗଳବାର ଦିନ ସିନ୍ଦୂର ଅର୍ପଣ କରିବା ଉଚିତ।

-ଜାତକରେ ମଙ୍ଗଳ ଗ୍ରହଙ୍କ ଦୋଷ ଦୂର କରିବା ପାଇଁ ଓ କିଛି ସଙ୍କଟ ଦୂର କରିବା ପାଇଁ ହନୁମାନଙ୍କୁ ମଲ୍ଲୀ ଫୁଲର ତେଲ ଓ ସିନ୍ଦୂର ଅର୍ପଣ କରନ୍ତୁ।

sindoorଋଣଭାରରୁ ମୁକ୍ତି ପାଇଁ ସିନ୍ଦୂରର ବ୍ୟବହାର

-ମଲ୍ଲୀ ଫୁଲର ତେଲରେ ସିନ୍ଦୂର ମିଶାନ୍ତୁ।

-ଆପଣଙ୍କ ବୟସ ଯେତିକି ସେତିକି ମାତ୍ରାର ଅଶ୍ବସ୍ଥ ପତ୍ର ଆଣନ୍ତୁ।

-ସେହି ପତ୍ରରେ ‘ଶ୍ରୀ ରାମ’ ଲେଖନ୍ତୁ।

-ତାହାକୁ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ।

-ଏପରି କରିବା ଦ୍ବା‌ରା ଋଣଭାରରୁ ମୁକ୍ତି ମିଳିଥାଏ।

ଚାକିରୀ ପାଇଁ ସିନ୍ଦୂରର ବ୍ୟବହାର

-ଚାକିରୀ ସମସ୍ୟା ଥିଲେ ଯେକୌଣସି ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ଚରଣରେ ସିନ୍ଦୂର ରଖନ୍ତୁ।

-ଏକ ସଫା କାଗଜରେ ସେହି ସିନ୍ଦୂର‌ରେ ସ୍ବସ୍ତିକ ଚିହ୍ନ ଆଙ୍କନ୍ତୁ।

-କାଗଜଟିକୁ ନିଜ ପାଖରେ ରଖନ୍ତୁ, ଏପରି କରିବା ଦ୍ବାରା ଆପଣଙ୍କର ଚାକିରୀ ସମସ୍ୟା ଦୂର ହୋଇଯିବ।