Below header

ଦୁର୍ଦ୍ଦାନ୍ତ ଅପରାଧୀ ଈଶ୍ୱର ମହାଳିକଙ୍କୁ ବାନ୍ଧିଲା ପୋଲିସ, ଭିନ୍ନ ଭିନ୍ନ ପରିଚୟ ଦେଇ କରୁଥିଲା ଲୁଟ୍

ବାଲେଶ୍ବରର କୁଖ୍ୟାତ ଡକାୟତ ଈଶ୍ୱର ମହାଳିକ ଗିରଫ । ଈଶ୍ୱର ସହ ତା ଜ୍ବାଇଁ ମଧ୍ୟ ଗିରଫ କରିଛି ପୋଲିସ୍। ଈଶ୍ୱର ନାମରେ ବାଲେଶ୍ଵର ଜିଲ୍ଲାରେ ୭୦ ରୁ ଅଧିକ ମାମଲା ଓ ତା ଜ୍ବାଇଁ ମିଟୁ ସିଂ ନାଁରେ ୧୨ ଟି ମାମଲା ରହିଥିବା ପୋଲିସ୍ କହିଛି । ଶ୍ବଶୁର ଜ୍ବାଇଁ ମିଶି ଉଭୟେ ଯୋଜନାବଦ୍ଧ ଭାବରେ ଲୁଟ୍ କରୁଥିଲେ ।

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରର କୁଖ୍ୟାତ ଡକାୟତ ଈଶ୍ୱର ମହାଳିକ ଗିରଫ । ଈଶ୍ୱର ସହ ତା ଜ୍ବାଇଁ ମଧ୍ୟ ଗିରଫ କରିଛି ପୋଲିସ୍। କୁଖ୍ୟାତ ଡକାୟତ ଈଶ୍ୱର ନିଜର ଲୁଟ୍ କରିବାର ତରିକା ବଦଳାଇ ପୋଲଲିସକୁ ଚ୍ୟାଲେଞ୍ଜ କରୁଥିଲା । କେତେବେଳେ ନିଜକୁ ପୋଲିସ ତ କେତେବେଳେ ଓଏଏସ ଅଫିସର ପରିଚୟ ଦେଇ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଥିଲା । ଈଶ୍ୱର ନାମରେ ବାଲେଶ୍ଵର ଜିଲ୍ଲାରେ ୭୦ ରୁ ଅଧିକ ମାମଲା ଓ ତା ଜ୍ବାଇଁ ମିଟୁ ସିଂ ନାଁରେ ୧୨ ଟି ମାମଲା ରହିଥିବା ପୋଲିସ୍ କହିଛି । ଶ୍ବଶୁର ଜ୍ବାଇଁ ମିଶି ଉଭୟେ ଯୋଜନାବଦ୍ଧ ଭାବରେ ଲୁଟ୍ କରୁଥିଲେ ।

ଈଶ୍ୱର ଗତ ୩୦ ତାରିଖରେ ନିଜକୁ ବାହାନଗା ବିଡିଓ ତା ଜ୍ବାଇଁକୁ ବ୍ଲକ୍ ପିଅନ ପରିଚୟ ଦେଇ ବାହାନଗା ଅଞ୍ଚଳର ସୁଲୋଚନା ପ୍ରଧାନଙ୍କ ଘରକୁ ଟାର୍ଗେଟ କରିଥିଲେ । ଆବାସ ଯୋଜନାରେ ମିଳିଥିବା ସୁଲୋଚନାଙ୍କ ଘର ଆବଣ୍ଟନ ବାତିଲ ହୋଇଯାଇଛି କହି ଦୁଇ ଲକ୍ଷ ଟଙ୍କା ପୈଠ କରିବାକୁ କହିଥିଲା । ଏଥିସହ୨୦ ହଜାର ଟଙ୍କା ଟଙ୍କା ପୁଅର ଆକାଉଣ୍ଟରେ ଫୋନ ପେ ମାଧ୍ୟମରେ ନେଇଥିଲା । ପରେ ସୁନା ଗହଣା ପିନ୍ଧି ଆସ ଫଟୋ ଉଠାଇବାକୁ ଡାକି ସୁନାଗହଣା ଲୁଟ୍ କରି ଚଂପଟ ମରିଥିଲା । ଏହି ଘଟଣାର ତଦନ୍ତ ପରେ ପୋଲିସ୍ କୁ ଅଧିକ ସୁରାକ ମିଳିଥିବା ବେଳେ ଈଶ୍ୱର ମହାଳିକ ସମାନ ଢଙ୍ଗରେ ୨୩ ଡିସେମ୍ବର ରୁ ୩୦ ଡିସେମ୍ବର ମଧ୍ୟରେ ରୂପସା , ଖନ୍ତାପଡ଼ା,ଖଇରା ଓ ଗୋପାଳପୁର ଅଞ୍ଚଳରେ ବିଭିନ୍ନ ଅପରାଧିକ କାର୍ଯ୍ୟ ରେ ଈଶ୍ୱର ଓ ମିଟୁ ର ସଂପୃକ୍ତି ରହିଥିବା ବେଳେ ଉଭୟଙ୍କୁ ଧରିବା ପାଇଁ ବାଲେଶ୍ଵର ଏସ ପି ଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଥିଲା । ଗିରଫଙ୍କ ଠାରୁ ୫୫ ହଜାର ଟଙ୍କା ସହ ମୋବାଇଲ ଫୋନ୍ , ସୁନା ଗହଣା , ବ୍ୟାଙ୍କ ପାସବୁକ୍ , ୩ ଆଧାର କାର୍ଡ, ବାଇକ୍ , ୩ ମୋବାଇଲ ଫୋନ ଓ ଗୋଟିଏ ଖେଳନା ବନ୍ଧୁକ ଜବତ କରିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.