ମନ ଆଉ ଦେହକୁ ଶାନ୍ତି ଦେଉଛି ଶୀତଳ ବାମ୍ଫ ସେବା, ଏକଦମ୍‌ ଆତ୍ମତୃପ୍ତି

ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି । ଏହି ତାତିରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । କିନ୍ତୁ ଏହି ତାତିରେ ମନକୁ ଶିଥିଳତା ପହଞ୍ଚାଉଛି ଶୀତଳ ବାମ୍ଫ । ପୁରୀ ଟାଉନ ହଲ ଛକ । ଆଉ ଏ ଜାଗା ସଭିଙ୍କର ଭାରି ପ୍ରିୟ । ଯଦି ଆପଣ ଅସହ୍ୟ ଖରାରେ ଯାଇ ପହଞ୍ଚିଗଲେ ସେଠି ଚେୟାରଟିଏ ମିଳିଯାଏ ବସିବାକୁ । ମୁଣ୍ଡ ଉପରେ ଚାଳିଆଟି ଛାଇ ଟିକେ ଦିଏ । ତାପରେ ଆରମ୍ଭ ହୁଏ ସେବା ।

ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି । ଏହି ତାତିରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । କିନ୍ତୁ ଏହି ତାତିରେ ମନକୁ ଶିଥିଳତା ପହଞ୍ଚାଉଛି ଶୀତଳ ବାମ୍ଫ । ପୁରୀ ଟାଉନ ହଲ ଛକ । ଆଉ ଏ ଜାଗା ସଭିଙ୍କର ଭାରି ପ୍ରିୟ । ଯଦି ଆପଣ ଅସହ୍ୟ ଖରାରେ ଯାଇ ପହଞ୍ଚିଗଲେ ସେଠି ଚେୟାରଟିଏ ମିଳିଯାଏ ବସିବାକୁ । ମୁଣ୍ଡ ଉପରେ ଚାଳିଆଟି ଛାଇ ଟିକେ ଦିଏ । ତାପରେ ଆରମ୍ଭ ହୁଏ ସେବା ।

ଗୋଟିଏ ଛୋଟ ପାଉଡର ଡ଼ବା, ଅତର ବୋତଲ, ବରଫ ସହ ଟାୱେଲ ଖଣ୍ଡେ,ଆଉ ପାଣି ସ୍ପ୍ରେୟାରଟିଏ, ଆଉ ଏତିକି ସାମଗ୍ରୀରେ ଆରମ୍ଭ ହୋଇଥାଏ ସେବା । ପ୍ରଥମେ ମୁହଁରେ ପାଣି ସ୍ପ୍ରେ ହୁଏ । ପରେ ବରଫ ଯୁକ୍ତ ଏକ ଟାୱେଲରେ ମୁହଁକୁ ପୋଛି ତାକୁ ମୁଣ୍ଡ ଉପରେ କିଛି ସମୟ ଛାଡ଼ି ଦିଆଯାଏ । ଏ ଟାୱେଲଟିକୁ ଚନ୍ଦନ, ଅଗୁର, କର୍ପୂର ଭଳି ସୁବାସିତ ଥଣ୍ଡା ଜଳରେ ବୁଡାଇ ରଖାଯାଇଥାଏ । ତାର ଏହି ସୁଗନ୍ଧରେ ଆତ୍ମତୃପ୍ତି ମିଳିଥାଏ । ଆଉ ତା ସାଙ୍ଗକୁ ଥଣ୍ଡା ପାଉଡର ଏବଂ ସେଣ୍ଟ ଲାଗିଗଲେ,ସୁବାସରୁ ମିଳିଥାଏ ଶାନ୍ତି ।

ସେ ବାଟୋଇ ହୁଅନ୍ତୁ କି ଜିଲ୍ଲାର ଅଧିକାରୀ, ସମସ୍ତେ ଏହି ସେବାର ପ୍ରଶଂସକ । ଏହି ସେବା ଦ୍ୱାରା ଲୋକଙ୍କ ମନ ଓ ଦେହକୁ ଶାନ୍ତି ମିଳିଥାଏ । ଶାନ୍ତି ଅନୁଷ୍ଠାନ ତରଫରୁ ଯୋଗାଇ ଦିଆଯାଉଛି ଏହି ଶୀତଳ ବାମ୍ଫ ସେବା । ସମସ୍ତେ କୁହନ୍ତି ବାମ୍ଫ କେମିତି ଶୀତଳତା ଦେବ ହେଲେ ଶାନ୍ତି ଅନୁଷ୍ଠାନ ତରଫରୁ ପୁରୀରେ ଦିଆଯାଉଥିବା ଏହି ବାମ୍ଫ ସେବା ନିଆରା । ଯିଏ ଅନୁଭବ କରିଛି, ସିଏ ହିଁ ଜାଣିଛି ଏହାର ମହତ୍ତ୍ୱ ।

ତେବେ ଆଜି ପୁରୀ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶାନ୍ତି ପକ୍ଷରୁ ହନୁମାନ ଜୟନ୍ତୀ ଵା ଓଡିଆ ନବ ବର୍ଷ ଅବସରରେ ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ଲାଗି ପଥଚାରୀଙ୍କୁ ଶୀତଳ ବାମ୍ଫ ପ୍ରଦାନ କରାଯାଇଛି l ବର୍ତମାନ ସାରା ରାଜ୍ୟ ରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ପୁରୀ ରେ ମଧ୍ୟ ପ୍ରବଳ ମାତ୍ରା ରେ ଗରମ ଅନୁଭୂତ ହେଉଛି l ଗ୍ରୀଷ୍ମ ଉତ୍ତାପ ରୁ ପଥଚାରି ଙ୍କୁ ଉପଶମ ଦେବାଲାଗି ଅନୁଷ୍ଠାନ ଶାନ୍ତି ପକ୍ଷରୁ ନିଆରା ଢଙ୍ଗ ରେ ଶୀତଳ ସେବା ପ୍ରଦାନ କରାଯାଇଛି l ଥଣ୍ଡା ଟାଉଲ ସାଙ୍ଗକୁ କର୍ପୁର, ଆଗୁରୁ ବିଭିନ୍ନ ଶୀତଳ ପଦାର୍ଥ ବ୍ୟବହାର କରି ପୁରୀ କୁ ଆସିଥିବା ଭକ୍ତ ପର୍ଯ୍ୟଟକ ଓ ପଥଚାରି ଙ୍କୁ ଏହି ଶୀତଳ ସେବା ପ୍ରଦାନ କରାଯାଇଛି l ଏହି ଶୀତଳ ସେବା ପାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.