୩ ଲୁଟେରାଙ୍କୁ ଗିରଫ କଲା ନୟାଗଡ଼ ପୋଲିସ

ନୟାଗଡ ଟାଉନ ଥାନା ପୋଲିସକୁ ମିଳିଲା ବଡ଼ ସଫଳତା । ୩ ଜଣ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ନୟାଗଡ ଟାଉନ ଥାନା ପୋଲିସ l ଗତ୧୧ ତାରିଖ ଦିନ ଇଟାମାଟି ଥାନା ଅଞ୍ଚଳର ଶରତ ଚନ୍ଦ୍ର ପ୍ରଧାନ ଓ ତାଙ୍କ ସ୍ତ୍ରୀ ବାଇକ ଯୋଗେ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ l ନୟାଗଡ ବଜ଼ାରରେ କିଛି ମିଠା ଓ ଫଳ କିଣିଥିଲେ l ବାଇକ ଯୋଗେ ଦଶପଲ୍ଲା ଅଭିମୁଖେ ଯିବା ସମୟରେ ଟାଉନ ଥାନା ନିକଟ ତୁଳସୀପୁରଠାରେ ୩ଜଣ ଯୁବକ ଆସି ଅଟକାଇଥିଲେ l

ନୟାଗଡ(କେନ୍ୟୁଜ୍‌) : ନୟାଗଡ ଟାଉନ ଥାନା ପୋଲିସକୁ ମିଳିଲା ବଡ଼ ସଫଳତା । ୩ ଜଣ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ନୟାଗଡ ଟାଉନ ଥାନା ପୋଲିସ l ଗତ୧୧ ତାରିଖ ଦିନ ଇଟାମାଟି ଥାନା ଅଞ୍ଚଳର ଶରତ ଚନ୍ଦ୍ର ପ୍ରଧାନ ଓ ତାଙ୍କ ସ୍ତ୍ରୀ ବାଇକ ଯୋଗେ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ l ନୟାଗଡ ବଜ଼ାରରେ କିଛି ମିଠା ଓ ଫଳ କିଣିଥିଲେ l ବାଇକ ଯୋଗେ ଦଶପଲ୍ଲା ଅଭିମୁଖେ ଯିବା ସମୟରେ ଟାଉନ ଥାନା ନିକଟ ତୁଳସୀପୁରଠାରେ ୩ଜଣ ଯୁବକ ଆସି ଅଟକାଇଥିଲେ l ସ୍ୱାମୀ ଓ ସ୍ତ୍ରୀକୁ ମାଡ଼ ମାରି ତାଙ୍କ ସ୍ତ୍ରୀ ଠାରୁ ସୁନା ଚେନ ଓ ଭ୍ୟାନିଟ ବ୍ୟାଗ ଛଡାଇ ନେଇଯାଇଥିଲେ l ଆହତ ହୋଇ ସ୍ୱାମୀ ସ୍ତ୍ରୀ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ଆସି ଚିକିତ୍ସିତ ହୋଇଥିଲେ l

ପ୍ରାଥମିକ ଚିକିତ୍ସା ପରେ ଟାଉନ ଠାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ବଳରେ ଟାଉନ ଥାନା ପୋଲିସ ସିସିଟିଭି ଆଧାର ରେ ତଦନ୍ତ କରିଥିଲେ l ତଦନ୍ତ କରି ୩ ଅଭିଯୁକ୍ତକୁ ଗିରଫ କରିଥିଲେ l ୩ ଅଭିଯୁକ୍ତ ହେଲେ ଚନ୍ଦନ ବେହେରା, ଶିବ ସେଠି ଓ ତରୁଣ ଘଡ଼େଇ l ସମସ୍ତଙ୍କ ଘର ଇଟାମାଟି ଅଞ୍ଚଳରେ ବୋଲି ଜଣାପଡ଼ିଛି l ୩ ଅଭିଯୁକ୍ତଙ୍କ ଠାରୁ ଏକ ପଲସର ଗାଡି, ଏକ ମୋବାଇଲ ଫୋନ, ଭ୍ୟାନିଟ୍‌ ବ୍ୟାଗ, ଏକ ସୁନା ଚେନ ଏବଂ ୧୦ହଜାର ଟଙ୍କା ଜବତ ହୋଇଛି l ଆଜି ୩ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.