ଆସିଲା ରାଜ୍ୟ କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା, ଆଜି ମୋଟ୍ ୭୫ ଆସନ ପାଇଁ ତାଲିକା ଜାରି କରିଛି ଏଆଇସିସି 

ଆସିଲା ରାଜ୍ୟ କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ଭଣ୍ଡାରୀପୋଖରୀରୁ ଲଢ଼ିବେ ଭେଟେରାନ୍ ନିରଞ୍ଜନ ପଟ୍ଟନାୟକ ।

ଭୁବନେଶ୍ୱର : ଆସିଲା ରାଜ୍ୟ କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ଭଣ୍ଡାରୀପୋଖରୀରୁ ଲଢ଼ିବେ ଭେଟେରାନ୍ ନିରଞ୍ଜନ ପଟ୍ଟନାୟକ । ଆନନ୍ଦପୁରରୁ ଜୟଦେବ ଜେନା ପ୍ରାର୍ଥୀ ହୋଇଛି । ସମ୍ବଲପୁରରୁ ଦୁର୍ଗା ପ୍ରସାଦ ପାଢ଼ୀ, ରେଢ଼ାଖୋଲରୁ ଅସଫ ଅଲ୍ଲୀ ଖାନ୍, ରେଙ୍ଗାଲିରୁ ଦିଲ୍ଲୀପ ଦୁରିଆ, ଅତାବିରାରୁ ଅଭିଷେକ ସେଠ ଲଢ଼ିବେ ।

ଭୁବନେଶ୍ବର ଏକାମ୍ର ପାଇଁ ପ୍ରଶାନ୍ତ ଚମ୍ପତି, ଜୟଦେବରୁ ପ୍ରାର୍ଥୀ ହୋଇଛି ମିତ୍ରଭାନୁ ମହାପାତ୍ର । ପୁରୀରୁ ଲଢ଼ିବେ ସୁଜିତ ମହାପାତ୍ର । ବେଗୁନିଆରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀ ବଲ୍ଲଭ ପଟ୍ଟନାୟକ, ଜଟଣୀରୁ ସନ୍ତୋଷ ଜେନା ପ୍ରାର୍ଥୀ ହୋଇଛନ୍ତି । ବଡମ୍ବାରୁ ସଞ୍ଜୟ ସାହୁ, ବାଙ୍କିରୁ ଦେବାଶିଷ ପଟ୍ଟନାୟକ, ଆଠଗଡ଼ରୁ ମେହବୁବ ଅହମ୍ମଦ ଖାନ, ଚୌଦ୍ବାର-କଟକରୁ ମୀରା ମଲ୍ଲିକ, ନିଆଳିରୁ ଜ୍ୟୋତି ରଞ୍ଜନ ମଲ୍ଲିକ, କଟକ ସଦରରୁ ରାମ ଚରଣ ଗୋଛାୟତଙ୍କୁ ଟିକେଟ୍ ମିଳିଛି । ବଦଳିଲେ ତଲସରା ପ୍ରାର୍ଥୀ ।

list

ପ୍ରବୋଧ ତିର୍କୀଙ୍କ ସ୍ଥାନରେ ଦଳ ଦେବେନ୍ଦ୍ର ଭିତରିଆଙ୍କୁ ଟିକେଟ ମିଳିଛି । ସେହିପରି ବାଲିଗୁଡ଼ାରେ ସୁରଡ଼ା ପ୍ରଧାନଙ୍କ ବଦଳରେ ଉପେନ୍ଦ୍ର ପ୍ରଧାନ ଓ କବିସୂର୍ଯ୍ୟନଗରରେ ଚିରଞ୍ଜିବୀ ବିଷୋୟୀଙ୍କ ସ୍ଥାନରେ ବିପିନ ବିହାରୀ ସ୍ବାଇଁଙ୍କୁ ଟିକେଟ ମିଳିଛି । ଆଜି ମୋଟ୍ ୭୫ ଆସନ ପାଇଁ ତାଲିକା ଜାରି କରିଛି ଏଆଇସିସି । ଏଥିରେ ତାଲିକା ସଂଯୁକ୍ତ କରାଗଲା  ।

list-

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.