Below header

ଏଣିକି ବିଭାଗୀୟ କ୍ଷେତ୍ରୀୟ କର୍ମଚାରୀ ଦେବେ ଅଗ୍ନି ସୁରକ୍ଷା ପ୍ରମାଣପତ୍ର, ଦୌଡ଼ିବାକୁ ପଡ଼ିବନି ଅଗ୍ନିଶମ ସେବା ନିର୍ଦ୍ଦେଶାଳୟ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହେଲା ଓଡ଼ିଶା ଅଗ୍ନି ନିରୋଧ ଓ ନିରାପତ୍ତା ସଂଶୋଧିତ-୨୦୧୯ ଅଧିନିୟମ । ଏଣିକି ବାସଗୃହ ଓ କୋଠା ପାଇଁ ଅଗ୍ନିଶମ ବିଭାଗର କ୍ଷେତ୍ରୀୟ କର୍ମଚାରୀ ଦେବେ ଅଗ୍ନି ସୁରକ୍ଷା ପ୍ରମାଣପତ୍ର। ଅସ୍ଥାୟୀ ଢାଞ୍ଚା ପାଇଁ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଅଗ୍ନିଶମ କେନ୍ଦ୍ରର ଅଧିକାରୀଙ୍କ ର‍୍ୟାଙ୍କ ଷ୍ଟେସନ ଅଫିସର ତଳକୁ ହୋଇନଥିବ ଦରକାର ବୋଲି ବ୍ୟବସ୍ଥା ରହିଛି । ସେହିପରି ୧୫ ମିଟରରୁ କମ୍‌ ଉଚ୍ଚତା ବିଶିଷ୍ଟ କୋଠା ପାଇଁ ପ୍ରମାଣପତ୍ର ଦେବେ ସର୍କଲ ଡେପୁଟି ଫାୟାର ଅଫିସର ବା CDFO । ୧୫ରୁ ୩୫ ମିଟର ଉଚ୍ଚତା ବିଶିଷ୍ଟ କୋଠା ପାଇଁ ରେଞ୍ଜ ଫାୟାର ଅଫିସର, ୩୫ରୁ ଅଧିକ ଉଚ୍ଚତା କୋଠା ପାଇଁ ଚିଫ୍‌ ଫାୟାର ଅଫିସର ପ୍ରମାଣପତ୍ର ଦେବେ । ୧୨ ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ ହସ୍ପିଟାଲ ପାଇଁ ଡେପୁଟି ଫାୟାର ଅଫିସର ପ୍ରମାଣ ପତ୍ର ପ୍ରଦାନ କରିବେ । ସିନେମା ହଲ୍‌ ପାଇଁ ଜିଲ୍ଲାର ଆସିଷ୍ଟାଣ୍ଟ ଫାୟାର ଅଫିସର, ବିମାନବନ୍ଦର ପାଇଁ ରେଞ୍ଜ ଫାୟାର ଅଫିସର, ପେଟ୍ରୋଲପମ୍ପ ଓ ଏଲ୍‌ପିଜି ଗୋଦାମ ପାଇଁ ଆସିଷ୍ଟାଣ୍ଟ ଫାୟାର ଅଫିସର ସାର୍ଟିଫିକେଟ ପ୍ରଦାନ କରିବାର ବ୍ୟବସ୍ଥା ରହିଛି ।

ନୂଆ ନିୟମ ଅନୁଯାୟୀ, କ୍ଷେତ୍ରୀୟ କର୍ମଚାରୀମାନେ ଆବେଦନ ଗ୍ରହଣର ୧୮ ଦିନ ମଧ୍ୟରେ ସାର୍ଟିଫିକେଟ ପ୍ରଦାନ କରିବେ । ପ୍ରମାଣପତ୍ରର ଅବଧି ୨ ବର୍ଷ ପାଇଁ ବଳବତ୍ତର ରହିବ । ଆବାସିକ କୋଠାବାଡ଼ି କ୍ଷେତ୍ରରେ ଏହା ୫ ବର୍ଷ ଯାଏ କାଏମ ହେବ । ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ଅଗ୍ନିସୁରକ୍ଷା ଅନୁମୋଦନ ଓ ସାର୍ଟିଫିକେଟ ପ୍ରଦାନର ସମସ୍ତ ବ୍ୟବସ୍ଥା ଅନଲାଇନରେ ହେବ ।ରାଜ୍ୟ ସରକାରଙ୍କ ୫ଟି ନୀତି ଅନୁଯାୟୀ ଅଗ୍ନି ସୁରକ୍ଷା ସାର୍ଟିଫିକେଟ ପ୍ରଦାନକୁ ଅଧିକ ସରଳ ଓ ସମୟ ଉପଯୋଗୀ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.