Below header

ନୂଆପଡ଼ା: ଦୁର୍ଘଟଣାରେ ଜଣେ ବାଇକ୍ ଚାଳକ ମୃତ

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସାନମହେଶ୍ୱର ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଦରଗାଁର ସନ୍ୟାସୀ ଦଳ ।

ମିଳିଥିବା ସୂଚନା ଅନୁସାରେ ,ଆଜି ସକାଳ ୮ଟା ସମୟରେ ସନ୍ୟାସୀ ନିଜ ଗାଁ ଦରଗାଁ ରୁ ବାଇକ ଯୋଗେ ଖଡ଼ିଆଳ ଅଭିମୁଖେ ଆସୁଥିବା ବେଳେ ସାନମହେଶ୍ୱର ଗାଁ ନିକଟରେ ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଯାଇଥିଲା । ଯାଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ ସନ୍ନ୍ୟାସୀଙ୍କ ମୃତ୍ୟୁ ଘଟିଛି । ଏହା ପରେ ଖଡ଼ିଆଳ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.