Below header

ସାତକୋଶିଆରେ ବାଘ ଓ ଘଡ଼ିଆଳ ସଂଖ୍ୟା ବୃଦ୍ଧି କାମ ଆରମ୍ଭ

ଅନୁଗୁଳ : ସାତକୋଶିଆରେ ବାଘ ସଂଖ୍ୟା ବୃଦ୍ଧି ପାଇଁ କାମ ଚାଲିଛି। ସେପଟେ ସାତକୋଶିଆ ଟିକରପଡ଼ାରେ ମଧ୍ୟ ଘଡ଼ିଆଙ୍କ ସଂଖ୍ୟା ବଢାଇବାକୁ ବନ ବିଭାଗ ଯୋଜନା କରୁଛି। ନଜରକୁ ଆସିଛି ଧୀରେ ଧୀରେ ଏଠାରେ ଘଡ଼ିଆଳ ସଂଖ୍ୟା କମୁଛି।

ସାତକୋଶିଆ ଟିକରପଡ଼ାରେ ଘଡ଼ିଆଳମାନେ ବଂଶବୃଦ୍ଧି କରି ପାରୁନାହାଁନ୍ତି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ଅବୈଧ ନିର୍ମାଣ ଯୋଗୁ କମିଛି ପାଣି ପ୍ରବାହ। ସାତକୋଶିଆ ଗଣ୍ଡରେ ଅବାଧ ଶିକାରୀଙ୍କ ପ୍ରାଦୃଭାବ ମଧ୍ୟ ରହିଛି। ମତ୍ସ୍ୟଜୀବୀଙ୍କ ଜାଲରେ ପଡି ଘଡ଼ିଆଳଙ୍କ ମୃତ୍ୟୁ ହେଉଛି। ଏପରି ବିଭିନ୍ନ କାରଣରୁ ସଂଖ୍ୟା କମିଛି। ବର୍ତ୍ତମାନ ଏଠାରେ ୯୦ଟି ମଗର ଓ ୧୧ଟି ଘଡ଼ିଆଳ ଅଛନ୍ତି। ବାହାରୁ ଘଡ଼ିଆଳ ଆଣିବାକୁ ଯୋଜନା ହେଉଛି।

୧୯୭୫ରେ ଟିକରପଡ଼ାକୁ ଘଡିଆଳ ପ୍ରଜନନ କେନ୍ଦ୍ର ଭାବେ ମିଳିଥିଲା ମାନ୍ୟତା।ପ୍ରଥମ କରି ଗଣ୍ଡୁକି ନଦୀରୁ ୭୨ଟି କୁମ୍ଭୀର ଅଣ୍ଡା ଅଣାଯାଇଥିଲା। ୧୯୭୯ରେ ନେପାଳରୁ ଚିତୁଆଲ ନ୍ୟାସନାଲ ପାର୍କରୁ ଅଣାଯାଇଥିଲା ଆଉ ୫୯୦ ଅଣ୍ଡା। ଯେଉଁଠୁ ମିଳିଥିଲା ୪୩୦ଟି ଘଡିଆଳ ଶାବକ। ୧୯୯୩ରେ ଟିକରପଡାକୁ ମିଳିଥିଲା କ୍ଷୁଦ୍ର ଚିଡିଆଖାନାର ମାନ୍ୟତା। ପ୍ରତିନିଦି ଟିକରପଡାକୁ ଆସନ୍ତି ଶହଶହ ପର୍ୟ୍ୟଟକ।

ସାତକୋଶିଆ ଗଣ୍ଡରେ ନୌକାବିହାର କରିବା ସହ ଘଡ଼ିଆଳ ଦେଖିବାକୁ ସୁଯୋଗ ପାଆନ୍ତି ପର୍ୟ୍ୟଟକ। ଦିନେ ଏଠାରେ ଶହଶହ ସଂଖ୍ୟାରେ ଘଡ଼ିଆଳ ଥିଲେ, ଏବେ କିନ୍ତୁ ଏ ସଂଖ୍ୟା ବହୁ ପରିମାଣରେ କମିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.