Below header

ଉଦଯାପିତ ହେଲା ଜାତୀୟ ଆମନ୍ତ୍ରଣୀୟ କ୍ୟାରମ ଚାମ୍ପିଅନସିପ

କଟକ : ବାରବାଟୀ ଷ୍ଟାଡିୟମ ହର୍ଷ ଗେଟ ପରିସରରେ ଚାଲିଥିବା ଜାତୀୟ ଆମନ୍ତ୍ରଣୀୟ କ୍ୟାରମ ଚାମ୍ପିଅନସିପ ଉଦଯାପିତ । ପୁରୁଷ କ୍ୟାରମ ଫାଇନାଲରେ ରାଜସ୍ଥାନର ଫଜଲ ଅହମ୍ମଦ ମହାରାଷ୍ଟ୍ରର ଆମୋଲ ସାୱରେଦକରଙ୍କୁ ହରାଇ ଚାମ୍ପିଅନ ହୋଇଛନ୍ତି । ସେହିପରି ମହିଳା ବିଭାଗରେ ତନୁଜା ଚାମ୍ପିଅନ ହୋଇଥିବା ବେଳେ ଏମ ଏସ କେ ହରିକା ରନର ଅପ ହୋଇଥିଲେ । ଜୁନିଅର ବାଳକ ବର୍ଗରେ ମହାରାଷ୍ଟ୍ରର ସିଦ୍ଧାନ୍ତ ୱାଦୱାଲକର ଓ ଜୁନିଅର ବାଳିକା ବର୍ଗରେ ଆନ୍ଧ୍ରର ଏଲ ହରିପ୍ରିୟା ଚାମ୍ପିଅନ ଆଖ୍ୟା ଅର୍ଜନ କରିଛନ୍ତି । ପୁରସ୍କାର ବିତରଣୀ ଉତ୍ସବରେ ବିଶିଷ୍ଟ କ୍ରୀଡ଼ା ସଂଗଠକ ଆଶୀର୍ବାଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ୨୬ରୁ ୨୯ ତାରିଖ ପର୍ୟ୍ୟନ୍ତ ଚାଲିଥିବା ଏହି ଚାମ୍ପିଅନସିପ୍ରେ ବିଭିନ୍ନ ରାଜ୍ୟରୁ ୪ଶହରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.