ସାଧାରଣ ନିର୍ବାଚନ ପାଇଁ ଜୋର ଧରିଛି କଂଗ୍ରେସ ପ୍ରସ୍ତୁତି

ଭୁବନେଶ୍ବର : ଆଗାମୀ ସାଧାରଣ ନିର୍ବାଚନକୁ ନେଇ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି । ଏନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ବିଧାୟକ ଦଳ ନେତାଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ନିର୍ବାଚନ ନେଇ କଂଗ୍ରେସର ରଣନୀତି ପ୍ରସ୍ତୁତ ହୋଇଛି । ବିଜେଡି ଓ ବିଜେପିର ଜନବିରୋଧୀ କାର୍ୟ୍ୟକ୍ରମକୁ ମୁଖ୍ୟ ଆଧାର କରିବ ଦଳ । ତୃଣମୂଳସ୍ତରରେ ଏହି ଦୁଇ ଦଳର ଦୁର୍ନୀତିର ପର୍ଦ୍ଦାଫାସ କରାଯିବ ବୋଲି ବିରୋଧୀ ଦଳ ନେତା ସୂଚନା ଦେଇଛନ୍ତି ।

କଂଗ୍ରେସ ସଂଗଠନକୁ କିଭଳି ସୁଦୃଢ଼ କରାଯିବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବିଧାୟକ ଜାକବ ପ୍ରଧାନ ଓ ଯୋଗେଶ ସିଂ ଅନୁପସ୍ଥିତ ଥିଲେ । ତେବେ ଜଣେ ବିଧାୟକ ବିଦେଶ ଗସ୍ତରେ ଥିବା ବେଳେ ଅନ୍ୟ ଜଣେ ତାଙ୍କର ଅଂଚଳରେ ବୈଠକ ଥିବାରୁ ଅନୁପସ୍ଥିତ ଥିବା ଦଳ ପକ୍ଷରୁ କୁହାଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବୈଠକରେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.