ଆଇସିୟୁରେ ଏମ୍.କରୁଣାନିଧି : ହସ୍ପିଟାଲରେ ଦଳୀୟ ନେତା ଓ କର୍ମୀଙ୍କ ଭିଡ଼, ସୁରକ୍ଷା କଡ଼ାକଡ଼ି

ତାମିଲନନାଡୁ : ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । କାବେରୀ ହସ୍ପିଟାଲର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି । ଗତକାଲି ରାତରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ଖବର ପରେ ହସ୍ପିଟାଲ ଆଗରେ ଭିଡ଼ ଲାଗିଥିଲା । ହଜାର ହଜାର ସମର୍ଥକ ହସ୍ପିଟାଲ ଆଗରେ ରୁଣ୍ଡ ହୋଇଥିଲେ । ଏଥିପାଇଁ କାବେରୀ ହସ୍ପିଟାଲ ଓ କରୁଣାନିଧିଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୯୪ ବର୍ଷିୟ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ଡିଏମକେ ନେତା ତଥା ପୂର୍ବତନ ମନ୍ତ୍ରୀ ଏ.ରାଜା ସୂଚନା ଦେଇଛନ୍ତି । ୯୪ ବର୍ଷିୟ କରୁଣାନିଧି ୧୯୬୯ ମସିହାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ୫ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ୫୦ ବର୍ଷ ଧରି ଡିଏମକେର ସଭାପତି ଦାୟିତ୍ୱ ତୁଲାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.