ଆଜି ଶ୍ରାବଣର ପ୍ରଥମ ସୋମବାର : ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ

 ଭୁବନେଶ୍ବର : ଶ୍ରାବଣର ପ୍ରଥମ ସୋମବାର ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ । ଓମ୍ ନମଃ ଶିବାୟ ଓ ହରହର ମହାଦେବ ଧ୍ୱନିରେ କମ୍ପୁଛି ମନ୍ଦିର ପରିବେଶ। ଦେବ ଦେବ ମହାଦେବଙ୍କୁ ଜଳଲାଗି ପାଇଁ ଭିଡ଼ ଲାଗିଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ପୁରୀ ଲୋକନାଥ ମନ୍ଦିର, କୋରାପୁଟର ବାବା ଗୁପ୍ତେଶ୍ୱର, କଟକ ଆଠଗଡ଼ର ଧବଳେଶ୍ୱର, ଢେଙ୍କାନାଳ କପିଳାସ ସ୍ଥିତ ବାବା ଚନ୍ଦ୍ରଶେଖରଙ୍କ ପୀଠ ସମେତ ରାଜ୍ୟର ପ୍ରମୁଖ ଶିବ ମନ୍ଦିରଗୁଡ଼ିକରେ ଆଧ୍ୟାତ୍ମିକ ପରିବେଶ। ସକାଳୁ ସକାଳୁ ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

ସେହିପରି ବୋଲବମ୍ ଭକ୍ତମାନେ ଲମ୍ବା ଲାଇନରେ ଆସି ମହାଦେବଙ୍କୁ ଜଳ ଲାଗି କରୁଛନ୍ତି। ଭୋଳା ବାବାଙ୍କ ନାମ ଉଚ୍ଚାରଣ କରି ପ୍ରଭୁଙ୍କ ପାଖରେ ଜଳ ଲାଗି କରୁଛନ୍ତି। ବିଶ୍ୱାସ ରହିଛି, ଶ୍ରାବଣ ସୋମବାରରେ ଜଳ ଲାଗି କଲେ ମନସ୍କାମନା ପୂରଣ ହୋଇଥାଏ। ଜଳଲାଗି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରମୁଖ ଶିବ ମନ୍ଦିରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ପ୍ରଥମ ସୋମବାର ପାଇଁ ଚଳଚଞ୍ଚଳ ବଲାଙ୍ଗିର ଜିଲ୍ଲା । ବିଭିନ୍ନ ଶିବ ମନ୍ଦିରରେ ଲାଗିଛି ବୋଲବମ୍ ଭକ୍ତଙ୍କ ଭିଡ଼ । ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ କାଉଡିଆଙ୍କ ଭିଡ ଲାଗିଛି । ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସର ବାବା ଚନ୍ଦ୍ରଶେଖରଙ୍କ ପୀଠରେ ଜଳଲାଗି ପାଇଁ କାଉଡିଆଙ୍କ ଭିଡ ଜମିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.