ଅଭିନେତ୍ରୀ ନିକିତାଙ୍କ ସନ୍ଦେହଜନକ ମୃତ୍ୟୁ

କଟକ(କେନ୍ୟୁଜ୍) : ସେଲଫି ବେବୋ ପରେ ନିକିତା। ପୁଣି ଜଣେ ଅଭିନେତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ଅଭିନେତ୍ରୀ ନିକିତା ତାଙ୍କ କଟକ ଘରେ ସେ ଖସି ପଡ଼ିବା ପରେ ମୁଣ୍ଡରେ ଗଭୀର ଆଘାତ ଲାଗିଥଲା। ପରେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଓଡ଼ିଆ ଧାରାବାହିକ ଓ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଭାବେ ପରିଚିତ ନିକିତା। ତପସ୍ୟା, ଏସିପି ନିକିତା ଭଳି ଧାରାବାହିକ ଓ ଆଖି ଖୋଲିବାକୁ ଡର ଲାଗୁଛି, ଚୋରି ଚୋରି ମନ ଚୋରି, ମାଆର ପଣତକାନି ଭଳି ସିନେମାରେ ସେ ବଳିଷ୍ଠ ଅଭିନୟ କରି ଲୋକପ୍ରିୟ ହୋଇଥିଲେ।