Below header

ଏହି ଫୋନର କ୍ୟାମେରା କୌଣସି DSLRରୁ କମ୍ ନୁହଁ, ଜାଣନ୍ତୁ ଲିଷ୍ଟ

ନୂଆଦିଲ୍ଲୀ : ସ୍ମାର୍ଟଫୋନ ସାଧାରଣ ଲୋକଙ୍କ ଜୀବନକୁ ସଂପୂର୍ଣ୍ଣ ପରିବର୍ତ୍ତନ କରିଦେଇଛି। ଏନେଇ ଜୀବନର ସମସ୍ତ ମୂହୁର୍ତ୍ତକୁ କ୍ଳିକ୍ କରୁଛନ୍ତି ସାଧାରଣ ଲୋକ। ଆଜି ଆମେ ଗତ ବର୍ଷ ଲଞ୍ଚ କରାଯାଇଥିବା ଏପରି କିଛି ମୋବାଇଲ ବିଷୟରେ କହିବାକୁ ଯାଉଛୁ ଯାହା ସାମ୍ନାରେ ଫେଲ ମାରିଛି DSLR କ୍ୟାମେରା। ତେବେ କ୍ୟାମେରା କ୍ବାଲିଟି ହିସାବରେ ଏହାର ମୂଲ୍ୟ ମଧ୍ୟ ପ୍ରିମିୟମ୍ ରହିଛି।

Iphone XS max

iPhone XS Max

iPhone XS Max ଡୁଆଲ କ୍ୟାମେରା ସହ ଆସିଥାଏ। ଏଥିରେ ୧୨ଏମପି ୱାଇଡ଼୍ ଆଙ୍ଗଲ୍ ଟେଲିଫଟୋ କ୍ୟାମେରା ଲେନ୍ସ ଦିଆଯାଇଛି। ଏଥିରେ ଓଝଚ, ନ୍ୟୁରଲ ଇଞ୍ଜିନ୍ ଏବଂ ଆଡଭାନ୍ସ ଏଲୋରିଥମ୍ସ ଦିଆଯାଇଛି। କ୍ୟାମେରାର ହାର୍ଡ଼ଓୟାରରେ ୧୨ ଏମପି ୱାଇଡ଼୍ ଏଙ୍ଗଲ ମଧ୍ୟ ଦିଆଯାଇଛି। ଏଥିରେ ଆପଣ ୪କେ ଭିଡ଼ିଓ ସୁଟ କରିବା ସହ ଏଥିରେ ରହିଥିବା ୪ବିଲ୍ଡ ଇନ୍ ମାଇକ୍ ଏହାର ଭିଡ଼ିଓ ଫରମାଟକୁ ଅଧିକ ଆକର୍ଷିତ କରାଇଥାଏ।

google_

Google Pixal 3

କ୍ୟାମେରା ହିସାବରେ ଏଥିରେ ସିଙ୍ଗଲ କ୍ୟାମେରା ସହ ଭଲ ପରଫମାନ୍ସ ଦିଆଯାଇଛି। Google Pixal3ରେ ୧୨.୨ ମେଗାପକ୍ସଲ କ୍ୟାମେରା ସେନ୍ସର ସହ ଆସିଥାଏ। ଅଧିକ ହେଉ ବା କମ ଲାଇଟ ଏଥିରେ ବହୁତ ଭଲ ଫଟୋ ଆସିଥାଏ। ଏଥିରେ ସିଙ୍ଗଲ ଲେନ୍ସରେ ମଧ୍ୟ ଖୁବ୍ ଭଲ ଫଟୋ ଉଠିଥାଏ।

galaxy-note-9

Samsung Galaxy Note 9

Galaxy Note 9ର କ୍ୟାମେରା ଡ଼ିଟେଲ୍ସ ଗାଲାକ୍ସି ଏସ୯ ପ୍ଳସ ଭଳିହିଁ ରହିଛି। ଏହାର ରିୟର କ୍ୟାମେରାରେ ବେରିଏବଲ ଆପେଚର ଉପଲବ୍ଧ ରହିଛି। ଏହାର ସେକେଣ୍ଡାରୀ କ୍ୟାମେରାରେ ୨ଢ ଜୁମ୍ ଲେନ୍ସ ଏବଂ ୧୨ ଏମପି ସେନ୍ସର ରହିଛି। ଏହି ମୋବାଇଲର ଫ୍ରଣ୍ଟ କ୍ୟାମେରା ୮ ଏମପି କ୍ୟାମେରା ରହିଛି। ଏଥିରେ ଆପଣ ଊଝଖଜରୁ ମଧ୍ୟ ଅଧିକ ସୁନ୍ଦର ଫଟୋ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.