Below header

ପୁନେ ରେଳ ଷ୍ଟେସନ୍‌ରେ ଓଡ଼ିଆ ସେନା ଅଧିକାରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ପୁନେ ରେଳ ଷ୍ଟେସନ୍‌ରେ ଓଡ଼ିଆ ସେନା ଅଧିକାରୀଙ୍କ ଆତ୍ମହତ୍ୟା । ଆତ୍ମହତ୍ୟା କରିଥିବା ସେନା ଅଧିକାରୀ ବ୍ରିଗେଡିୟର ଅନନ୍ତ ନାୟକଙ୍କ ଘର ଭୁବନେଶ୍ୱରରେ । ସେ ପୁନେର ଓ୍ଵାନଓ୍ଵଡିସ୍ଥିତ ଆର୍ମଡ୍‌ ଫୋର୍ସେସ୍‌ ମେଡିକାଲ କଲେଜର ପ୍ରଶାସନିକ ବିଭାଗର ମୁଖ୍ୟ ଥିଲେ । ପରିବାର ଲୋକେ ଭୁବନେଶ୍ୱରରେ ରହୁଥିବା ବେଳେ ସେ ଏକୁଟିଆ ଅଫିସର କ୍ୱାର୍ଟର୍ସରେ ରହୁଥିଲେ । ଜିଆରପିର ସୂଚନା ଅନୁଯାୟୀ ପୂର୍ବାହ୍ନରେ ବ୍ରିଗେଡିୟର ନାୟକ ଏକ ସେନା ଗାଡିରେ ରେଳ ଷ୍ଟେସନ୍‌ରେ ପହଞ୍ଚିଥିଲେ ।

ସେଠାରେ ସେ ମୁଭମେଣ୍ଟ କଣ୍ଟ୍ରୋଲ ଅଫିସ୍‌ ଯାଉଛନ୍ତି, ସେଥିପାଇଁ ଅପେକ୍ଷା କରିବାକୁ ଡ୍ରାଇଭରକୁ କହିଥିଲେ । ସେ ପ୍ରଥମେ ଚେନ୍ନାଇ ଏକ୍ସପ୍ରେସ୍‌ରେ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିବା ଷ୍ଟେସନ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି । ଏହା ପରେ ସୋଲାପୁରରୁ ବେଙ୍ଗାଲୁରୁ ଯାଉଥିବା ଉଦୟନ ଏକ୍ସପ୍ରେସ୍‌ରେ ଆତ୍ମହତ୍ୟା କରିଥିଲେ । ପୋଲିସକୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ । ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.