କ୍ଳାଟ୍‌ ପରୀକ୍ଷାରେ ଆଞ୍ଚଳିକ ଟପ୍ପର ହେଲେ ଓଡ଼ିଆ ପୁଅ ଅନମୋଲ

ଯାଜପୁର ଟାଉନ୍‌ (କେନ୍ୟୁଜ୍‌) : ଜାତୀୟ ସ୍ତର ପ୍ରବେଶିକା ପରୀକ୍ଷାରେ କମାଲ କଲେ ଓଡ଼ିଆ ପୁଅ । କମନ୍‌ ଲ ଆଡମିସନ ଟେଷ୍ଟ ବା କ୍ଳାଟ ପରୀକ୍ଷାରେ ଟପ୍ପର ହୋଇଛନ୍ତି ଅନମୋଲ ସାଇ ।

ଯାଜପୁର ବିଂଝାରପୁର ଅରେଇ ବରମପୁର ଗାଁ’ର ରାଜୀବ ମହାନ୍ତି ଓ ମମତା ସାମଲଙ୍କ ପୁଅ ଅନମୋଲ ସାଇ ଏହି ଗରବମୟ ସଫଳତା ହାସଲ କରିଛନ୍ତି । ସେ ସାରା ଦେଶରେ ସେ ୩୯ତମ ସ୍ଥାନରେ ଥିବା ବେଳେ ଓଡିଶା, ବିହାର, ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟ ସମୂହରେ ପ୍ରଥମ ସ୍ଥାନରେ ରହିଛନ୍ତି। ଅନମୋଲଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସଫଳତା ପଛରେ ପରିବାର ଲୋକଙ୍କ ବିଶେଷ ହାତ ଥିବା ପ୍ରତିକ୍ରିୟା ଦେଇଛନ୍ତି ଅନମୋଲ।

TWEET

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.