ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଝିଅ, ଆମେରିକା ନ୍ୟାସନାଲ ‘ସ୍ପେଲିଙ୍ଗ ବି’ କଣ୍ଟେଷ୍ଟର ଚମ୍ପିଆନ ଶ୍ରୁତିକା ପାଢୀ

ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଛାତ୍ରୀ। ଆମେରିକାରେ ନ୍ୟାସନାଲ ସ୍ପେଲିଙ୍ଗ ବି କଣ୍ଟେଷ୍ଟରେ ଚାମ୍ପିଅନ ହୋଇଛନ୍ତି ଶ୍ରୁତିକା ପାଢୀ। ଅନ୍ୟ ୭ ପ୍ରବାସୀ ଭାରତୀୟ ପ୍ରତିଯୋଗୀଙ୍କ ସହ ମିଶି କଣ୍ଟେଷ୍ଟ ଜିତିଲେ ୧୩ ବର୍ଷର ଶ୍ରୁତିକା। ପୁରସ୍କାର ବାବଦରେ ଲାଭ କରିଛନ୍ତି ୫୦ହଜାର ଡଲାର ଅର୍ଥରାଶି ।

ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଛାତ୍ରୀ। ଆମେରିକାରେ ”ନ୍ୟାସନାଲ ସ୍ପେଲିଙ୍ଗ ବି” କଣ୍ଟେଷ୍ଟରେ ଚମ୍ପିଆନ ହୋଇଛନ୍ତି ଓଡ଼ିଆ ଛାତ୍ରୀ ଶ୍ରୁତିକା ପାଢୀ। ୧୩ବର୍ଷଆ ଶ୍ରୁତିକା ଓ ଅନ୍ୟ ସାତଜଣ ପ୍ରବାସୀ ଭାରତୀୟ ମିଳିତ ଭାବେ ସହ-ଚମ୍ପିଆନ ହୋଇଛନ୍ତି। ୨୦ରାଉଣ୍ଡର ନିର୍ଭୂଲ ଉଚ୍ଚାରଣ ପରେ ସେ ଫାଇନାଲରେ ପ୍ରବେଶ କରିଥିଲେ। ଏଥିପାଇଁ ସେ ବର୍ଷକ ମଧ୍ୟରେ ୪ର୍ଥ ଥର ଉଦ୍ୟମ କରି ଏହି ଖ୍ୟାତିସଂପନ୍ନ ପ୍ରତିଯୋଗିତାରେ ବିଜୟ ଲାଭ କରିବାରେ ସଫଳ ହୋଇଥିଲେ।

ନ୍ୟୁଜର୍ସିରେ ବାସ କରୁଥିବା ଓ ରୋଜା ଇଣ୍ଟରନ୍ୟାସନାଲ ମିଡିଲ ସ୍କୁଲର ଛାତ୍ରୀ ଶ୍ରୁତିକା ବହୁ କଠିନ ଶବ୍ଦକୁ ସହଜରେ ଉଚ୍ଚାରଣ କରିପାରିଥିଲେ। କଣ୍ଟେଷ୍ଟ ପୂର୍ବରୁ ସେ ସାମାନ୍ୟ ନର୍ଭସ ହୋଇପଡ଼ିଥିଲେ। କିନ୍ତୁ ଧୈର‌୍ୟ୍ୟ ଧରି ସେ ସବୁ ଶବ୍ଦକୁ ସଠିକ ଉଚ୍ଚାରଣ କରିଥିଲେ। ଚମ୍ପିଆନ ହେବା ପରେ ସେ ନିଜ ସ୍କୁଲ ଓ ସଂପ୍ରଦାୟକୁ ସମର୍ଥନ ନେଇ ଶୁଭେଚ୍ଛା ଜଣାଇ ଥିଲେ। ପୂର୍ବରୁ ଶ୍ରୁତିକା ୨୦୧୬ରେ ଏହି ଚମ୍ପିଆନସିପରେ ଭାଗ ନେଇ ୨୨ତମ ସ୍ଥାନ ଅକ୍ତିଆର କରିଥିଲେ। ୨୦୧୭ରେ ୧୭ତମ ସ୍ଥାନ ଓ ଗତବର୍ଷ ୧୦ମ ସ୍ଥାନ ହାସଲ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.