Below header

ହୃଦଘାତରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ଜମ୍ମୁ କାଶ୍ମୀର ଶ୍ରୀନଗର ଥିଲେ କାର୍ଯ୍ୟରତ

ରାଇକିଆ(କେ ନ୍ୟୁଜ): ହୃଦଘାତରେ ଓଡ଼ିଆ ଯବାନ ସହିଦ। ସହିଦ ଯବାନ ହେଲେ ଜି ଉଦୟଗିରି ଥାନା ଆଡାସିକୁପା ପଞ୍ଚାୟତ ବାଗାରାମା ଗାଁର ସଞ୍ଜୟ ପ୍ରଧାନ। ଜମ୍ମୁ କାଶ୍ମୀର ଶ୍ରୀନଗର କାର୍ଯ୍ୟରତ ସମୟରେ ସଞ୍ଜୟଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୩୫ ବର୍ଷ ହୋଇଥିଲା। ୨୦୦୭ରେ ସେ

ସେନାରେ ଯୋଗଦେଇଥିଲେ। ତାଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିବା ପରେ ସହିଦ ଯବାନ ଅମର ରହେ ସ୍ୱରରେ କମ୍ପି ଉଠିଥିଲା ଗାଁ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶେଷକୃତ୍ୟରେ ସେନା ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ଉପସ୍ଥିତ ରହି ସଲାମି ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.