ଗଞ୍ଜାମ: ଦୁବାଇରୁ ଫେରିଲା ମୃତ ଓଡ଼ିଆ ଶ୍ରମିକଙ୍କ ମରଶରୀର, ଶୋକାକୁଳ ହେଲା ଗାଁ

ଦୁବାଇରେ ମୃତ ଓଡ଼ିଆ ଶ୍ରମିକ ଜୟ ଦଳାଇଙ୍କ ମରଶରୀର ଓଡ଼ିଶା ଫେରିଛି। ଜୟଙ୍କ ମର ଶରୀର ଗତ ରାତିରେ ତାଙ୍କ ଗାଁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ କୈଠଡାରେ ପହଞ୍ଚିଥିଲା। ଦୁବାଇରୁ ଆସି ମୃତ ଦେହ ଭୁବନେଶ୍ୱରରେ ପହଞ୍ଚିଲା। ଏହା ପରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟଙ୍କ ମର ଶରୀର ଗାଁକୁ ଅଣାଯାଇଥିଲା। ଜୟ ୧୮ ମାସ ତଳେ କାମ କରିବାକୁ ଦୁବାଇ ଯାଇଥିଲେ। ଗତ ୧୬ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଜୟଙ୍କ ମୃତ ଦେହ ଦୁବାଇରୁ ଆଣିବାକୁ ପରିବାର ଲୋକେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ। ଗତକାଲି ରାତିରେ ଗାଁରେ ମର ଶରୀର ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଗାଁରେ ମୃତ ଦେହ ପହଞ୍ଚିବା ପରେ ଆସିକା ସଂସାଦ ପ୍ରମୀଳା ବିଷୋୟୀ ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଧ୍ୟ ଉପସ୍ଥିତି ଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ପରିବାର ଲୋକଙ୍କୁ ରେଡ୍‌କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କାର ସାହାଯ୍ୟ ପ୍ରଦାନ କରାଯାଇଛି।