ସ୍ୱଦେଶ ଫେରିବା ଅପେକ୍ଷାରେ ୪ ବାଂଲାଦେଶୀ, ବାଲେଶ୍ୱର ଜିଲ୍ଲା କାରାଗାରରେ ୧୨ ବର୍ଷ ଯାଏଁ ଥିଲେ ବନ୍ଦୀ 

ସ୍ୱଦେଶ ଫେରିବା ଅପେକ୍ଷାରେ ୪ ବାଂଲାଦେଶୀ। ବାଲେଶ୍ୱର ଜିଲ୍ଲା କାରାଗାରରେ ୧୨ ବର୍ଷ ହେଲା ବନ୍ଦୀ ଥିଲେ। ଦେଢ଼ ମାସ ତଳେ ଏମାନଙ୍କ ଦଣ୍ଡ ଅବଧି ସରିଥିଲା। ମୁକୁଳିଥିଲେ ଜେଲ୍‌ରୁ। ଏମାନେ ଅନୁପ୍ରବେଶକାରୀ। ବେଆଇନ ଭାବେ ଭାରତ ଆସିଥିଲେ। ପାଖରେ କୌଣସି ଆବଶ୍ୟକୀୟ କାଗଜ ପତ୍ର ନାହିଁ। ତେଣୁ ବାଂଲାଦେଶକୁ ପ୍ରତ୍ୟାବର୍ତ୍ତନରେ ଅସୁବିଧା ହେଉଛି। ବର୍ତ୍ତମାନ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସେମାନେ ଜେଲ୍‌ ବାରାକ୍‌ରେ ରହୁଛନ୍ତି। ଜିଲ୍ଲା ପ୍ରଶାସନ ସେମାନଙ୍କୁ ବାଂଲାଦେଶ ଫେରାଇବାକୁ ଉଦ୍ୟମ କରୁଛି। ୨୦୦୭ରେ ସିରିଜ ଡକାୟତି ମାମଲାରେ ବାଲେଶ୍ୱର ଟାଉନ ଥାନା ପୋଲିସ ୬ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଥିଲେ। ସେମାନଙ୍କୁ ମିଳିଥିଲା ୧୪ ବର୍ଷ ଜେଲ ଦଣ୍ଡ। ୬ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ହୋଇଥିଲେ। ବାଲେଶ୍ୱର ଜେଲରେ ରହିଥିଲେ ୪ଜଣ। ଭଲ ଆଚରଣ ଯୋଗୁଁ ଦୁଇ ବର୍ଷ ଆଗରୁ ୪ ଜଣଙ୍କୁ ଜେଲରୁ ମୁକ୍ତ କରାଯାଇଛି। ଏହି ୪ ଜଣଙ୍କ ଘର ବାଂଲାଦେଶର ଫରିଦପୁର ଜିଲ୍ଲାର ଭାଙ୍ଗା ଥାନା ଅଂଚଳରେ। ଏହି ୪ ବାଙ୍ଗାଂଦେଶୀ ନାଗରିକ ବିଷୟରେ ବାଲେଶ୍ୱର ପୋଲିସ ପଶ୍ଚିମବଙ୍ଗର ବିଦେଶୀ ପଞ୍ଜୀକରଣ କାର‌୍ୟ୍ୟାଳୟକୁ ଅବଗତ କରାଯାଇଛି। ସେଠାରୁ ଦିଲ୍ଲୀସ୍ଥିତି ବାଙ୍ଗଲାଦେଶ ଦୂତାବାସକୁ ଅବଗତ କରାଯାଇଛି। ଏହି ବାଂଲାଦେଶୀଙ୍କ କହିବା କଥା, ଜଣେ ଦଲାଲଙ୍କ ଜରିଆରେ ଓଡ଼ିଶା ଆସିଥିଲେ