Below header

ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କର ସନ୍ଦେହ ଜନକ ମୃତ୍ୟୁ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବେଙ୍ଗାଲୁରୁ: ଗତକାଲି ମଧ୍ଯ ରାତିରେ ବେଙ୍ଗାଲୁରୁ ରେ ଜଣେ ଓଡ଼ିଆ ଯୁବକର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଯୁବକ ଜଣକ ଏକ ଅପାର୍ଟମେଂଟ ର ୯ ତାଲାରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏପଟେ ଏହା ହତ୍ୟା ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲା ରାହୁଣିଆ ଥାନା ନାଉପନ୍ନା ଗ୍ରାମର ରୋହିତ ନାୟକଙ୍କ ପୁଅ କାର୍ତ୍ତିକେଶ୍ୱର ନାୟକ(୨୦) କିଛି ବର୍ଷ ହେବ ବେଙ୍ଗାଲୁରୁ ରେ ସିକ୍ୟୁରୀଟି ଭାବେ କାର୍ଯ୍ୟରତ ଥିଲେ । ସେ DIFFSA ନାମକ ଏକ ସିକ୍ୟୁରୀଟି ସଂସ୍ଥା ରେ ବେଳେନ୍ଦୁର ରେ ଥିବା ଶୋଭା ଅପାର୍ଟମେଂଟରେ କାର୍ଯ୍ୟରତ ଥିଲେ । ଗତ କାଲି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ସିକ୍ୟୁରୀଟି ଏଜେନ୍ସି କହିବା କଥା, ସେ ସେହି ଶୋଭା ଆପାର୍ଟମେଂଟ ର ୯ତାଲା ରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ସେ ଆତ୍ମହତ୍ୟା କରିନଥିବା ପରିବାର ଲୋକେ ଅଭିଯୋଗ ଆଣି ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ତେବେ ଏନେଇ ବେଳେନ୍ଦୁର ଥାନାରେ ଅଭିଯୋଗ ହୋଇଛି ।

deathସ୍ଥାନୀୟ ସାଙ୍ଗମାନଙ୍କ କହିବା ଅନୁସାରେ କାର୍ତିକଙ୍କୁ ମେଡିକାଲ ଆଣିବା ପରେ ସେମାନେ ସୂଚନା ପାଇଥିଲେ । ତେବେ ଗଣମାଧ୍ୟମ ଓ ଇଣ୍ଡିଆନ ବାୟ ବାର୍ଥ ଏନଜିଓର ହସ୍ତକ୍ଷେପ ପରେ କାର୍ତିକର ଶବ ପୋଷ୍ଟ ମର୍ଟମ ପରେ ଘରକୁ ପଠା ଯାଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ର ତଦନ୍ତ ପରେ ଜଣାପଡିବ । ତେବେ ଯଦି କାର୍ତିକ ଆତ୍ମହତ୍ୟା କରିଥାଏ କାହିଁକି ଆତ୍ମହତ୍ୟା କରିବ ସେ ନେଇ ପ୍ରଶ୍ନ ଉଠିଛି । ତେବେ କମ୍ପାନୀ ପକ୍ଷରୁ ଅର୍ଥିକ କ୍ଷତି ପୂରଣ ସହାୟତା କରିବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.