କଳାହାଣ୍ଡି: ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ, ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା

କଳାହାଣ୍ଡି: ବନ୍ଧୁକ ମୁନରେ ଡକାୟତି । ମୁଖାପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ସହ ଲୁଟି ନେଲେ ସୁନା ଗହଣା । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଭଇରିପାଲି ଗାଁରେ ଏହି ସଶସ୍ତ୍ର ଡକାୟତି ହୋଇଛି । ଗତକାଲି ବିଳମ୍ବିତ ରାତିରେ ସୌରଭ ଜୈନଙ୍କ ଘରେ ୪ରୁ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ପଶିଥିଲେ । ଏହାପରେ ବନ୍ଧୁକ ଦେଖାଇ ଭୟଭୀତ କରି ଘରେ କଳାକନା ବୁଲାଇ ଦେଇଥିଲେ ଲୁଟେରା । ପାଖାପାଖି ୨୦ ଭରିରୁ ଅଧିକ ଅଳଙ୍କାର ଧରି ଲୁଟେରା ଛୁ ମାରିଥିବା ଅଭିଯୋଗ ହୋଇଛି । ଜୟପାଟଣା ପୋଲିସ ଘଟଣାସ୍ଥଳରେ ଅନୁଧ୍ୟାନ କରିବା ସହ ଅଧିକ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.