ଆରପାରିରେ କମେଡିଆନ ସୌମ୍ୟନାରାୟଣ, କିଛି ମାସ ହେବ କର୍କଟ ରୋଗରେ ଥିଲେ ପୀଡିତ

ଭୁବନେଶ୍ୱର (କେ ନ୍ୟୁଜ) : ଓଡ଼ିଶାର ହାସ୍ୟ ଅଭିନେତା ଟିଭି ପରଦାରେ ଅନେକଙ୍କ ମୁହଁରେ ହସ ଫୁଟେଇ ପାରିଥିବା ସାନ ଭାଇ ସୌମ୍ୟନାରାୟଣ ପଣ୍ଡା ପରଲୋକ ହୋଇଛି। ସେ ଲିଟୁ ଭାଇନା ନାମରେ ପରିଚିତ। ଆଠଗଡ ଧାଇପୁର ହାଇସ୍କୁଲରେ ସାଂସ୍କୃତିକ ଶିକ୍ଷକ ଭାବେ କାର୍ଯ୍ୟରତ ଓ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ରହିଥିଲେ। ସେ ଜଣେ ମେଳାପୀ ଓ ସମସ୍ତଙ୍କ ହୃଦୟକୁ ନିଜ କଳା ମାଧ୍ୟମରେ ଜିତିପାରୁଥିଲେ। ସର୍ବଦା ହସହସ ମୁଖରେ ରହୁଥିବା ଲିଟୁ କିଛି ମାସ ହେବ କର୍କଟ ରୋଗରେ ପୀଡିତ ଥିଲେ। କଟକର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ଅମର ଆତ୍ମାର ସତଗତି ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ନିକଟରେ ପ୍ରାର୍ଥନା କରୁଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.