ବିଶ୍ୱରେ ୨ଲକ୍ଷ ଓ ଦେଶରେ ୮୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଘାଇଲା କରିଛି ସାରା ବିଶ୍ୱକୁ । ୨୧୦ଟି ଦେଶକୁ ଆକ୍ରାନ୍ତ କରିଛି ଏହି ମହାମାରୀ । ଏସବୁ ଦେଶରେ ଗତକାଲି ସୁଦ୍ଧା ମୋଟ୍‌ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩ ହଜାର ୨୮୯ରେ ପହଞ୍ଚିଥିଲା । ୯ ଲକ୍ଷ ୬୦ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । କେବଳ ଆମେରିକାରେ ଗଡ଼ିଲାଣି ୫୪ ହଜାର ୨୬୫ ମୁଣ୍ଡ । ୯ଲକ୍ଷ ୬୦ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । ୨୯ ଲକ୍ଷ ୨୧ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଲକ୍ଷ ୩୬ ହଜାର ଲୋକ ସଂକ୍ରମଣରୁ ସୁସ୍ଥ ହୋଇ ସାରିଲେଣି ।
ସ୍ପେନ୍‌, ଇଟାଲୀ, ଫ୍ରାନ୍ସ ଓ ଜର୍ମାନୀରେ ବି ପ୍ରତିଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୁକାବିଲା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗ୍ଲୋବାଲ ପ୍ଲାନ୍‌ କରାଯାଇଥିବା ବେଳେ ସହଯୋଗର ହାତ ବଢ଼ାଇଛି ଜାତିସଂଘ ।

ଭାରତରେ ୨୬ ହଜାର ୪୯୬ ଜଣ ଆକ୍ରାନ୍ତ

ଭାରତରେ କରୋନା ଉପରେ ଲାଗୁନି ବ୍ରେକ। ଦେଶରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୮୨୪ ରେ ପହଞ୍ଚିଛି । କରୋନାରେ ୨୬ ହଜାର ୪୯୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୫ହଜାର ୮୦୪ ଜଣ । ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ସର୍ବାଧିକ ୭ ହଜାର ୬୨୮ ଆକ୍ରାନ୍ତ ହୋଇଥିବା ବେଳେ ୩୨୩ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ, ଗୁଜରାଟ ଓ ରାଜସ୍ଥାନରେ ବି ସ୍ଥିତି ଉଦ୍ବେଗଜନକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.