Below header

ଆଜିଠୁ ସରଗରମ ହେବ ବିଧାନସଭା; ଦ୍ବିତୀୟ ଦିନରେ ଶୂନ୍ୟକାଳରେ ଉଠିପାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନ । ଗତକାଲି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଗୃହ କାର୍ଯ୍ୟ । ତେବେ ଆଜି ଦ୍ବିତୀୟ ଦିନରେ ଗୃହ ସରଗରମ ହେବା ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ ।

ଭୁବନେଶ୍ୱର (କେନ୍ୟୁଜ): ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନ । ଗତକାଲି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଗୃହ କାର୍ଯ୍ୟ । ତେବେ ଆଜି ଦ୍ବିତୀୟ ଦିନରେ ଗୃହ ସରଗରମ ହେବା ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ । ନିଯୁକ୍ତି ଦୁର୍ନୀତି, ମଣ୍ଡି ସମସ୍ୟା, ଦାଦନ, ଜଳସେଚନ, ପକ୍କା ଘର ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି କରୁଛି ବିଜେପି ।

ସେହିପରି ଆଞ୍ଚଳିକ ବୈଷମ୍ୟ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସହ ପରିକ୍ରମା ପ୍ରକଳ୍ପରେ ୪୨ ଶହ କୋଟିର ହିସାବ ମାଗିବ କଂଗ୍ରେସ । ନବୀନଙ୍କ ପଞ୍ଚମ ପାଳିର ଏହା ଶେଷ ବିଧାନସଭା ଅଧିବେଶନ । ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ଅଧିବେଶନ ହୋଇଥିବାରୁ ଗୃହ ବେଶ୍ ସରଗରମ ରହିବ । ମୋଟ ୭ଟି କାର୍ଯ୍ୟଦିବସ ଥିବା ଏହି ଅଧିବେଶନରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆଗତ ହେବ କାମଚଳା ବଜେଟ୍ । ୮ ତାରିଖରେ ଅର୍ଥମନ୍ତ୍ରୀ କାମଚଳା ବଜେଟ୍ ଉପସ୍ଥାପନ କରିବେ । ୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.