ଭୁବନେଶ୍ବରରୁ ଅଯୋଧ୍ୟାକୁ ଗଡ଼ିଲା ଆସ୍ଥା ସ୍ପେଶାଲ ଟ୍ରେନ୍, ଯାଉଛନ୍ତି ୧ ହଜାରରୁ ଅଧିକ ରାମ ଭକ୍ତ

ଭୁବନେଶ୍ବରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଟ୍ରେନ୍। ଆସ୍ଥା ସ୍ପେଶାଲରେ ଅଯୋଧ୍ୟାରୁ ଯାଉଛନ୍ତି ୧ ହଜାରରୁ ଅଧିକ ରାମ ଭକ୍ତ। ଭୁବନେଶ୍ବରରୁ ସିଧାସଳଖ ଏହି ଟ୍ରେନ୍ ଅଯୋଧ୍ୟା ଯାଉଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଟ୍ରେନ୍ । ଆସ୍ଥା ସ୍ପେଶାଲରେ ଅଯୋଧ୍ୟାରୁ ଯାଉଛନ୍ତି ୧ ହଜାରରୁ ଅଧିକ ରାମ ଭକ୍ତ । ଭୁବନେଶ୍ବରରୁ ସିଧାସଳଖ ଏହି ଟ୍ରେନ୍ ଅଯୋଧ୍ୟା ଯାଉଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି ।

ଭକ୍ତମାନେ ଅଯୋଧ୍ୟାରେ ପହଞ୍ଚି ସେଠାରେ ରାମଲାଲାଙ୍କ ଦର୍ଶନ କରିବେ । ଆସ୍ଥା ସ୍ପେଶାଲ ଟ୍ରେନରେ ୨୦ଟି ସ୍ଲିପର କୋଚ୍ ଥିବାବେଳେ ପ୍ରତି କୋଚରେ ୭୨ଟି ସିଟ୍ ରହିଛି । ରାମଲାଲାଙ୍କ ଦର୍ଶନ ପାଇଁ ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ ” ଭୁବନେଶ୍ୱର ଦର୍ଶନ ନଗର ଆସ୍ଥା ସ୍ପେଶିଆଲ ଟ୍ରେନ”ର ଶୁଭାରମ୍ଭ କରାଯାଇଛି । ପରବର୍ତ୍ତୀ ସମୟରେ କଟକ, ପୁରୀ ଓ ଭଦ୍ରକରୁ ଯିବ ଏହି ଟ୍ରେନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.