କେନାଲରେ ଖସି ପଡ଼ିଲା ଗାଡ଼ି, ଭାସିଗଲା ଶହ ଶହ ଗ୍ୟାସ ସିଲିଣ୍ଡର

ଡ୍ରାଇଭର ସହିତ ଗ୍ୟାସ ସିଲିଣ୍ଡରରେ ଭର୍ତ୍ତି ଥିବା ଏକ ପିକଅପ୍ ଗାଡି କେନାଲରେ ପଡିଯାଇଥିବା ଦେଖିବାକୁ ମିଳିଛି । ଜଳର ପ୍ରବାହ ଅଧିକ ଥିବାରୁ ଡ୍ରାଇଭର ଜଣଙ୍କ ପାଣିରେ ଭାସି ଯାଇଛନ୍ତି ।

ପଞ୍ଜାବ ପଟିଆଲାରେ ହୋଇଛି ବଡ଼ ଦୁର୍ଘଟଣା । ଡ୍ରାଇଭର ସହିତ ଗ୍ୟାସ ସିଲିଣ୍ଡରରେ ଭର୍ତ୍ତି ଥିବା ଏକ ପିକଅପ୍ ଗାଡି କେନାଲରେ ପଡିଯାଇଥିବା ଦେଖିବାକୁ ମିଳିଛି । ଜଳର ପ୍ରବାହ ଅଧିକ ଥିବାରୁ ଡ୍ରାଇଭର ଜଣଙ୍କ ପାଣିରେ ଭାସି ଯାଇଛନ୍ତି । ଉଦ୍ଧାରକାରୀ ଦଳ ବର୍ତ୍ତମାନ କେନାଲରେ ଖୋଜାଖୋଜି ଜାରି ରଖିଛନ୍ତି ।

ସୂଚନା ଅନୁସାରେ କୌଶଲ ଗ୍ୟାସ ଏଜେନ୍ସିର ସିଲିଣ୍ଡର ଭର୍ତ୍ତି ଥିବା ଏକ ପିକଅପ୍‌ ଭ୍ୟାନ୍‌ କେନାଲ ଉପରେ ଯାଉଥିଲା । ଏହି ସମୟରେ ଗାଡିଟି ହଠାତ୍ ନାଇୱାଲା ଗାଁ ନିକଟରେ ଥିବା ଭାକ୍ରା କେନାଲରେ ଖସିପଡିଥିଲା । ସୂଚନା ପାଇବା ପରେ ଶୁତରାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଦଳ ସହାୟତାରେ ଡ୍ରାଇଭର ଗୁରୁଦିତ ସିଂଙ୍କୁ ଖୋଜିବା ଆରମ୍ଭ କରିଥିଲେ ।

ଥାନା ଅଧିକାରୀ ଚରଣଜିତ ସିଂ କହିଛନ୍ତି ଯେ ଡ୍ରାଇଭର ଗୁରୁଦିତ ସିଂ ପାତଡ଼ାର ଘୁମିୟାର ଅଞ୍ଚଳରେ ରୁହନ୍ତି । ଭାକ୍ରା କେନାଲରେ ଅନେକ ଗୁଡ଼ିଏ ଗ୍ୟାସ ସିଲିଣ୍ଡର ଭାସୁ ଥିବାର ଦେଖିବା ପରେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ପୋଲିସକୁ ସୂଚନା ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ତୁରନ୍ତ ଉଦ୍ଧାରକାରୀ ଦଳଙ୍କୁ ଡକାଯାଇଥିଲା । ସିଲିଣ୍ଡର ସପ୍ଲାଏ ଗାଡ଼ି ଏବଂ ଡ୍ରାଇଭର ଗୁରୁଦିତ ସିଂଙ୍କୁ ଖୋଜାଖୋଜି ଆରମ୍ଭ କରାଯାଇଥିଲା। ଗାଡିଟି ମିଳିଛି କିନ୍ତୁ ଜଳ ପ୍ରବାହ ଅଧିକ ଥିବାରୁ ଡ୍ରାଇଭର ବର୍ତ୍ତମାନ ସୁଦ୍ଧା ମିଳିପାରି ନାହାନ୍ତି । ଅନ୍ୟପଟେ ଗ୍ୟାସ ଏଜେନ୍ସି ମାଲିକ କପିଲ କୌଶଲ କହିଛନ୍ତି ଯେ ପିକଅପ୍ ଗାଡିରେ ପ୍ରାୟ ୭୦ ଟି ସିଲିଣ୍ଡର ଥିଲା , ଯାହା ପାଣିରେ ଭାସି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.