Below header

ବିଦ୍ୟାଳୟ ପରିସରରେ ପଶିଲା ଭାଲୁ, କୋକୁଆ ଭୟରେ ଛାତ୍ରଛାତ୍ରୀ

ବିଦ୍ୟାଳୟ ପରିସରରେ ପଶିଲା ଭାଲୁ । ପୁଣି ଗାଁ ମୁହାଁ ଜଙ୍ଗଲୀ ଭାଲୁ । ମାଲକାନଗିରି ଜିଲ୍ଲା ଗୋବିନ୍ଦପଲ୍ଲୀ SSD ଆବାସିକ ହାଇସ୍କୁଲ ପରିସରରେ ଏକ ଭାଲୁ ପସି ଆସିଥିବା ଦେଖିବାକୁ ମିଳିଛି।

ମାଲକାନଗିରି (କେନ୍ୟୁଜ): ବିଦ୍ୟାଳୟ ପରିସରରେ ପଶିଲା ଭାଲୁ । ପୁଣି ଗାଁ ମୁହାଁ ଜଙ୍ଗଲୀ ଭାଲୁ । ମାଲକାନଗିରି ଜିଲ୍ଲା ଗୋବିନ୍ଦପଲ୍ଲୀ SSD ଆବାସିକ ହାଇସ୍କୁଲ ପରିସରରେ ଏକ ଭାଲୁ ପସି ଆସିଥିବା ଦେଖିବାକୁ ମିଳିଛି। ରାତି ପ୍ରାୟ ୧୦ଟା ବେଳେ ଭାଲୁ ବୁଲୁଥିବା ଦେଖି ହଷ୍ଟେଲର କିଛି ଛାତ୍ର ନିଜ ମୋବାଇଲରେ ଭିଡିଓ ବନାଇଥିଲେ । ଏହି ହଷ୍ଟେଲରେ ହଜାରରୁ ଅଧିକ ଛାତ୍ରଛାତ୍ରୀ ରହୁଛନ୍ତି ।

ତେବେ ଭାଲୁକୁ ଦେଖି ଛାତ୍ରଛାତ୍ରୀ ମାନେ ଭୟଭୀତ ହୋଇଛନ୍ତି। ଅନେକ ଥର ହାଇସ୍କୁଲ କ୍ୟାମ୍ପସ ପରିସରକୁ ଭାଲୁ ପସିଆସୁଥିବା ଅଭିଯୋଗ ହୋଇଛି । ସ୍କୁଲ କର୍ତ୍ତୃପକ୍ଷ ଏନେଇ ବନବିଭାଗକୁ ଖବର ଦେଇଥିଲେ । ଭାଲୁକୁ କାବୁ କରିବାକୁ ବନବିଭାଗ ପ୍ରୟାସ ଜାରି ରଖିଛି । ତେବେ ଧୀରେ ଧୀରେ ଜଙ୍ଗଲ କ୍ଷୟ ହେଉଥିବା ବେଳେ ଭାଲୁ ଖାଦ୍ୟ ଅନ୍ବେଷଣ ପାଇଁ ଗାଁ ମୁହାଁ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.