Below header

ବିଧାନସଭାରେ ରହୁ ନାହାନ୍ତି ମନ୍ତ୍ରୀ ଓ ବିଧାୟକ, ପ୍ରଶ୍ନର ଉତ୍ତର ରଖୁଛନ୍ତି ଭାରପ୍ରାପ୍ତ ମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍) : ବିଧାନସଭାରେ ଉପସ୍ଥିତ ରହୁନାହାନ୍ତି ମନ୍ତ୍ରୀ, ବିଧାୟକ। ଗୃହରେ ସଦସ୍ୟଙ୍କ ମରୁଡି। ମନ୍ତ୍ରୀଙ୍କ ବଦଳରେ ପ୍ରଶ୍ନର ଉତ୍ତର ରଖୁଛନ୍ତି ଭାରପ୍ରାପ୍ତ ମନ୍ତ୍ରୀ। ଏଭଳି ସ୍ଥିତି ନେଇ ବିଧାନସଭାରେ ବିରୋଧୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବଦଳରେ ଯୋଜନା ଓ ସଂଯୋଜନା ବିଭାଗର ମନ୍ତ୍ରୀ ପଦ୍ମନାଭ ବେହେରା ଓ କୃଷି ବିଭାଗର ପ୍ରଶ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ଦେବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ଓ କଂଗ୍ରେସ। ଗୃହକୁ ଆସୁନାହାନ୍ତି ଅଧାରୁ ଅଧିକ ବିଧାୟକ। ପାଟକୁରାରେ ସମସ୍ତ ନେତା, ମନ୍ତ୍ରୀ ଡେରା ପକାଇଥିବାରୁ ନିର୍ବାଚନ ହେବା ଯାଏ ବିଧାନସଭାକୁ ସ୍ଥଗିତ ରଖାଯାଉ ବୋଲି କହିଛି କଂଗ୍ରେସ। ସେପଟେ ବିଜେପିକୁ କହିବାକୁ ସୁଯୋଗ ଦିଆଯାଉନଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗୃହ କାର୍ଯ୍ୟ ଚାଲିନପାରିବାରୁ ବାଚସ୍ପତି ପ୍ରଥମେ ୧୫ ମିନିଟ୍‌ ଓ ପରେ ୩ଟା ଯାଏଁ ମୁଲତବୀ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.