Below header

ନବରଙ୍ଗପୁର: ହଜିଗଲା ମାନବିକତା, ପୂର୍ବଶତ୍ରୁତାକୁ ନେଇ ମୃତଦେହକୁ କାନ୍ଧ ଦେଲେନି ଗ୍ରାମବାସୀ

ନବରଙ୍ଗପୁର(କେନ୍ୟୁଜ୍): ହଜିଗଲା ମାନବିକତା । ମୃତଦେହକୁ ମିଳିଲାନି କାନ୍ଧ । ପୂର୍ବ ଶତ୍ରୁତା ନେଇ ମହିଳାଙ୍କ ମୃତଦେହ ସତ୍କାର କରିବାକୁ କେହି ଆସିଲେ ନାହିଁ । ଶେଷରେ ମୃତଦେହକୁ ସାଇକେଲରେ ବୋହି ଶ୍ମଶାନ ପର୍ଯ୍ୟନ୍ତ ନେଲେ ଦୁଇ ଭାଇ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗମ୍ଭାରିଗୁଡାରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ପରିତ୍ୟକ୍ତା ମାଳତୀ ପାଣ୍ଡେଙ୍କ ଶରୀର ଅସୁସ୍ଥ ହୋଇ ମୃତ୍ୟୁ ହୋଇଥିଲା । ମାଳତୀଙ୍କ ଦୁଇ ଭାଇ ପୁରୁଷୋତ୍ତମ ଓ ଟେକା ମୃତଦେହ ସତ୍କାର କରିବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଗ୍ରାମବାସୀଙ୍କ ସହ ତାଙ୍କ ପରିବାରର ସମ୍ପର୍କ ଭଲ ନଥିବାରୁ କେହି ଆସିନଥିଲେ । ରାତି ସାରା ଅପେକ୍ଷା ପରେ ଶେଷରେ ଦୁଇ ଭାଇ ସାଇକେଲରେ ମୃତଦେହକୁ ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ । ମୃତଦେହ ନେବା ସମୟରେ ମୋବାଇଲରେ ଭିଡିଓ କରିବା ସହ ଉପହାସ ଲୋକ କରିଥିବା ଅଭିଯୋଗ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.