ରାଉରକେଲା ରେ ୫ଟି ସଚିବ ଏବଂ ମୂଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ରାଉରକେଲା(କେନ୍ୟୁଜ୍‌) : ରାଉରକେଲା ରେ ୨୦୨୩ବିଶ୍ଵକପ ହକି ପାଇଁ ର୍ନିମାଣାଧୀନ ଷ୍ଟାଡିୟମ୍ ଓ ଅନ୍ଯାନ୍ଯ ଆନୁଷଙ୍ଗିକ କାର୍ଯ୍ଯର ସମୀକ୍ଷା ପାଇଁ ଆଜି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଏବଂ ମୂଖ୍ଯ ଶାସନ ସଚିବ ଙ୍କ ସମେତ ସଚିବ ଭିନିଲ କ୍ରୀଷ୍ଣା ଓ ଶାଲିନୀ ପଣ୍ଡିତ ରାଉରକେଲାରେ ପହଞ୍ଚି ଥିଲେ ।

ରାଉରକେଲା ସହରରେ କ୍ରୀଡାର ଉନ୍ନତି ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ଯକ୍ରମ ସ୍ଥଳକୁ ଯାଇ ସମୀକ୍ଷା କରିବା ପରେ ରାଉରକେଲା ଏୟାର ପୋର୍ଟ ପରିସରରେ ମୂଖ୍ଯ ଶାସନ ସଚିବ ସୁରେଶ ମହାପାତ୍ର ଗସ୍ତ ଓ ସମୀକ୍ଷା ସମ୍ପର୍କରେ ସୂଚନା ଦେଇଥିଲେ । ବିଜୁପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ ପରିସରରେ ର୍ନିମାଣାଧୀନ ଷ୍ଟାଡିୟମ୍ ର ସମୀକ୍ଷା କରି ଆସନ୍ତା ଜୁଲାଇ ୨୨ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବ ବୋଲି ମୂଖ୍ଯ ଶାସନ ସଚିବ କହିଥିଲେ।

stadium

ଏହି ସ୍ୱତନ୍ତ୍ର ହାଇପାଓ୍ଵାର ଟିମ୍ ଛେଣ୍ଡ ଅଞ୍ଚଳରେ ର୍ନିମାଣାଧୀନ ସାଇନ୍ସ ପାର୍କ ଓ ପ୍ଲାନେଟୋ୍ରିଅମ ର କାର୍ଯ୍ଯ ଜୁନ ୨୨ ସୁଧା ଏବଂ ରାଉରକେଲା ଏୟାର ପୋର୍ଟ ୨୦୨୨ ମେ ମାସ ସୁଦ୍ଧା କାର୍ଯ୍ଯକାରୀ ହେବ । ସେଲ୍ ଓ ରାଜ୍ଯ ସରକାରଙ୍କ ମିଳିତ ଉଦ୍ୟମରେ ଚାଲିଥିବା ଏହି ଏୟାରପୋର୍ଟ ର ଟର୍ମିନାଲ ଏବଂ ଅନ୍ଯାନ୍ଯ ଆନୁଷଙ୍ଗିକ କାର୍ଯ୍ଯ ଖୁବ ଶୀଘ୍ର ଶେଷ ହେବବୋଲି ମୂଖ୍ଯ ଶାସନ ସଚିବ କହିଥିଲେ ।

ରାଉରକେଲା ମହାନଗର ନିଗମ ପକ୍ଷରୁ ଚାଲିଥିବା ଏଫୋର୍ଡେବଲ ହାଉସିଙ୍ଗ ସ୍କ୍କିମ ରେ ଚାଲିଥିବା ଆପାର୍ଟମେଣ୍ଟରେ ୩୦୦୦ ସ୍ୱଳ୍ପ ଇନକମ ଗୃପ ର ଲୋକଙ୍କ ପାଇଁ ଯୋଜନାର କାର୍ଯ୍ଯ ଶେଷ ପର୍ଯ୍ଯାୟରେ ପହଁଚିଛି। ଏହାବ୍ଯତୀତ ରାଉରକେଲାରେ ୨୦୨୩ ବିଶ୍ କପ୍ ପୂର୍ବରୁ ଚାଲିଥିବା ସମସ୍ତ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ଯ ଶେଷ ହେବ ।

ଏଥିପାଇଁ ସ୍ୱତନ୍ତ୍ର ଭାବେ ମୂଖ୍ଯମନ୍ତ୍ରୀଙ୍କ କାର୍ଯ୍ଯାଳୟ ସିଧାସଳଖ ତଦାରଖ କରୁଛନ୍ତି ବୋଲି କହିଥିଲେ। କୋଭିଡ ର ତୃତୀୟ ଲହର ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ପ୍ରସ୍ତୁତି କାର୍ଯ୍ଯ ର ସମୀକ୍ଷା କରିଥିଲେ ଏହି ହାଇପାଓ୍ଵାର ଟିମ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.