Below header

ଜଣା ପଡ଼ିଲା ଅଶ୍ରଫ ଘନିଙ୍କ ଠିକଣା, ଏବେ ଅଛନ୍ତି ୟୁଏଇରେ

ନୂଆଦିଲ୍ଲୀ : ଜଣା ପଡ଼ିଲା ଅଶ୍ରଫ ଘନିଙ୍କ ଠିକଣା । ଆଫଗାନିସ୍ତାନରୁ ଲୁଚି ପଳାଇବା ପରେ ଏବେ ସେ ୟୁଏଇରେ ଥିବା ଜଣାଯାଇଛି । ଗତ କିଛି ଦିନ ହେବ ଘନି କେଉଁଠି ଅଛନ୍ତି ବୋଲି ଚର୍ଚ୍ଚା ଚାଲିଥିଲା । ୟୁଏଇ କହିଛି, ଅଶ୍ରଫ ଘନି ଓ ତାଙ୍କ ପରିବାରକୁ ମାନବିକତା ଦୃଷ୍ଟିରୁ ସ୍ୱାଗତ କରୁଛନ୍ତି । ଅଶ୍ରଫ ଘନି ଏବେ ଆବୁଧାବିରେ ଥିବା ସୂଚନା ମିଳିଛି ।

ତାଲିବାନ କାବୁ ଦଖଲ କରିବା ପରେ ଦେଶରୁ ଲୁଚ୍ ପଳାଇଥିଲେ ଅଶ୍ରଫ ଘନି ଓ ତାଙ୍କର କିଛି ସହଯୋଗୀ । ସେ କେଉଁଠି ଅଛନ୍ତି ସେନେଇ କୌଣସି ସୂଚନା ମିଳି ନଥିଲା । ଘନି ତାଜିକିସ୍ତାନ ପଳାଇ ଯାଇଥିବା ଚର୍ଚ୍ଚା ହେଉଥିଲା ।

ଏବେ ସ୍ପଷ୍ଟ ହୋଇଛି ଘନି ୟୁଏଇରେ ଅଛନ୍ତି । ସେପଟେ ଦେଶରୁ ୧୨ ଶହ କୋଟି ଟଙ୍କା ଲୁଟ୍ କରି ପଳାଇ ଯାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରିବାକୁ ପୂର୍ବରୁ ଇଣ୍ଟରପୋଲରେ ଦାବି କରିଥିଲା ତାଜିକିସ୍ତାନରେ ଥିବା ଆଫଗାନିସ୍ତାନ ଦୂତାବାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.