କୋଭିଡ ଟିକାକରଣରେ ରାଜ୍ୟର ନୂଆ ମାଇଲଖୁଣ୍ଟ, ୨ କୋଟି ଟପିଲା ଟିକାକରଣ

ଭୁବନେଶ୍ୱର : କୋଭିଡ ଟିକାକରଣରେ ରାଜ୍ୟରେ ସୃଷ୍ଟି ହେଲା ନୂଆ ମାଇଲଖୁଣ୍ଟ । ରାଜ୍ୟରେ ଚାଲିଥିବା ଟିକାକରଣ ଅଭିଯାନ ୨ କୋଟି ଟପିଛି। ବର୍ତ୍ତମାନ ସୁଦ୍ଧା ୨ କୋଟି ୨୧ ହଜାର ୮୧୪ ଡୋଜ୍ ଟିକାକରଣ ହୋଇଛି।

ଆଜି ୧ହଜାର ୫୪ଟି କେନ୍ଦ୍ରରେ ଟିକାକରଣ କରାଯାଇଛି। ଫଳରେ ଟିକାକରଣ ସଂଖ୍ୟା ୨ କୋଟି ଟପିଛି। ୧ କୋଟି ୫୩ ଲକ୍ଷ ୮୭ ହଜାର ୫୭୨ଟି ପ୍ରଥମ ଡୋଜ୍ ନେଇଥିବାବେଳେ ୪୬ ଲକ୍ଷ ୩୪ ହଜାର ୨୪୨ଟି ଦ୍ୱିତୀୟ ଡୋଜ ଦିଆଯାଇଛି।

୭୯ ହଜାର ୫୭ ଗର୍ଭବତୀ ଟିକା ନେଇଛନ୍ତି । ୩ କୋଟି ୯ ଲକ୍ଷ ଲୋକଙ୍କୁ ଟିକାକରଣ ପାଇଁ ଟାର୍ଗେଟ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଭ୍ୟାକ୍ସିନେସନ ଡ୍ରାଇଭରେ ସଫଳତା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ସ୍ୱାସ୍ଥ୍ୟ କର୍ମୀ ଓ ଟିକାକରଣରେ ଜନସାଧାରଣଙ୍କୁ ଧନ୍ୟବାଦ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.