Below header

ଭୁବନେଶ୍ୱର ବିମାନ ବନ୍ଦରରେ ସହିଦ ରାଣା ପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ, ଏବେ ଜନ୍ମମାଟି ଅଭିମୁଖେ ପାର୍ଥିବ ଶରୀର

ଭୁବନେଶ୍ୱର(କେନ୍ଯୁଜ୍): ଜନ୍ମମାଟି ଅଭିମୁଖେ ସହିଦ ରାଣା ପ୍ରତାପଙ୍କ ପାର୍ଥିବ ଶରୀର । ନିଜ ପୈତୃକ ଗାଁ କୃଷ୍ଣଚନ୍ଦ୍ରପୁରରେ ହେବ ଅନ୍ତିମ ସଂସ୍କାର । ଶେଷକୃତ୍ୟ ପାଇଁ ଜନ୍ମାମାଟିରେ ବ୍ୟାପକ ପ୍ରସ୍ତୁତି ହୋଇଛି । ରାଣା ପ୍ରତାପଙ୍କ ପାର୍ଥିବ ଶରୀର ଆଜି ଦିଲ୍ଲୀରୁ ଭୁବନେଶ୍ୱରରେ ପହଂଚିଥିଲା । ପରେ ନିଜ ଅଭିମୁଖେ ନିଆଯାଉଛି ।

ତେବେ ଭୁବନେଶ୍ୱରରେ ପହଂଚିବା ପରେ ସହିଦ ରାଣା ପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ବିମାନ ବନ୍ଦର ଯାଇ ସହିଦ ରାଣାପ୍ରତାପଙ୍କ ମରଶରୀରରେ ପୁଷ୍ପ ପ୍ରଦାନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସହିଦ ରାଣାପ୍ରତାପଙ୍କ ଉତ୍ସର୍ଗୀକୃତ ସେବା ଓ ଦେଶଭକ୍ତିକୁ ନବୀନ ଉଚ୍ଚ ପ୍ରଶଂସା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅପର୍ଣ କରିଛନ୍ତି। ବିମାନବନ୍ଦରରେ ସହିଦ ରାଣା ପ୍ରତାପଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଛି।

ଗତକାଲି ରାଣାଙ୍କ ପତ୍ନୀ ଶିବାଙ୍ଗୀ ଓ ଦେଢ଼ ବର୍ଷର ପୁଅ ଗୟାରୁ ଆସି ତାଳଚେରରେ ପହଞ୍ଚିଛନ୍ତି । ସିଡିଏସ ବିପିନ ରାୱତଙ୍କ ସହ ଶେଷ ମୁହୁର୍ତ୍ତରେ ସାଥିରେ ଥିଲେ ଓଡ଼ିଆ ଯବାନ। ବାୟୁସେନାରେ ଜୁନିଅର ଓ୍ଵାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ । ସିଡିଏସଙ୍କ ସହ ଚପର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ରାଣା। ଖବର ଜଣାପଡ଼ିବା ପରେ ଗାଁରେ ଶୋକ ଛାୟା ଖେଳିଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.