ଅଭିନେତା ମିହିର ଦାସଙ୍କ ସ୍ବାସ୍ଥ୍ଯାବସ୍ଥାରେ ଆସୁଛି ସୁଧାର, ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ସାରା ଓଡିଶା

ଭୁବନେଶ୍ବର(କେନ୍ଯୁଜ୍): ଅଭିନେତା ମିହିର ଦାସ ଗୁରୁତର ଅସୁସ୍ଥ, ଏହି ଖବର ଏବେ ଓଡିଆ ଫିଲ୍ମ ଜଗତରେ ସବୁଠି ଆଲୋଚନାର ବିଷୟ ପାଲଟିଛି। କିଡ୍‌ନୀ ରୋଗରେ ପୀଡ଼ିତ ହୋଇ ଗୁରୁତର ହୋଇଥିବା ବେଳେ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କର ମଲ୍‌ଟି ଅର୍ଗାନ ଫେଲ୍ୟୁୟର ଭଳି ଅବସ୍ଥା ଥିବା ଗତକାଲି ଚିକିତ୍ସା କରୁଥିବା ଡାକ୍ତର କହିଥିଲେ। କିନ୍ତୁ ଭଗବାନଙ୍କ ଆଶିର୍ବାଦରୁ ଅଭିନେତା ମିହିର ଦାସଙ୍କ ଅବସ୍ଥାରେ ସାମାନ୍ଯ ସୁଧାର ଆସୁଥିବା ନେଇ ଏବେ ଖବର ମିଳିଛି। ଏହି ଖବର ମିଳିବା ପରେ ତାଙ୍କର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ସାରା ଓଡିଶା ।

ତାଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଉଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ମିହିରଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଗତକାଲି ପଚାରି ବୁଝିଥିଲା ଓଡ଼ିଶା ସିନେ କଳାକାର ସଂଘ। ତେବେ ସେ ଜଣେ ଯୋଦ୍ଧା। ତାଙ୍କୁ ଖୁବ ଶୀଘ୍ର ଭଗବାନ ଆରୋଗ୍ୟ କରିଦିଅନ୍ତୁ ବୋଲି କହିଛନ୍ତି ଅଭିନେତା ଶ୍ରୀତମ ଦାସ। ଅନ୍ଯପଟେ ପୁଅ ଅମ୍ଳାନ ମଧ୍ଯ ବାପାଙ୍କ ଅବସ୍ଥାରେ ସୁଧାର ଆସୁଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.