Below header

ଦୁବାଇରୁ ଚୋରି ହୋଇଥିବା ଫୁଟବଲ କିମ୍ବଦନ୍ତୀ ପୁରୁଷ ମାରାଡୋନାଙ୍କ Hublot ଓ୍ଵାଚ୍‌ ଆସାମରୁ ଉଦ୍ଧାର

କେନ୍ଯୁଜ୍: ମାରାଡୋନା-ଦୁବାଇ-ଆସାମ ପୋଲିସ । ଦୁବାଇରୁ ଚୋରି ହୋଇଥିବା ଫୁଟବଲ କିମ୍ବଦନ୍ତୀ ପୁରୁଷ ମାରାଡୋନାଙ୍କ Hublot ଓ୍ଵାଚ୍‌ ଆସାମରୁ ଉଦ୍ଧାର ହୋଇଛି । ଏ ନେଇ ଆସାମ ପୋଲିସ ମହା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ମାରାଡୋନାଙ୍କ ଦସ୍ତଖତ ହୋଇଥିବା Hublot ଓ୍ଵାଚ୍‌କୁ ଓ୍ଵାଜିଦ ହୁସେନ ନାମକ ବ୍ୟକ୍ତି ଦୁବାଇରୁ ଚୋରି କରିଥିଲା ।

ଏ ନେଇ ଦୁବାଇ ପୋଲିସ ଆସାମ ପୋଲିସକୁ ଜଣାଇଥିଲା । ଏହାପରେ ତଦନ୍ତ ଆରମ୍ଭ କରିଥିଲା ଆସାମ ପୋଲିସ । ଶିବସାଗର ଅଞ୍ଚଳରୁ ଅଭିଯୁକ୍ତ ଓ୍ଵାଜିଦ ହୁସେନକୁ ଗିରଫ କରିବା ସହ ଚୋରି ହୋଇଥିବା ଓ୍ଵାଚକୁ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.