ସାରା ତେନ୍ଦୁଲକର ବିଜ୍ଞାପନରେ ମାରିଲେ ଏଣ୍ଟ୍ରି, ସୁନ୍ଦରତା ଦେଖି ପ୍ରଶଂସକ କହିଲେ ‘ହଲିଉଡ୍‌ ଅଭିନେତ୍ରୀ’!

ମାଷ୍ଟର ବ୍ଲାଷ୍ଟର ତଥା ଦେଶର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ଏବେ ବିଜ୍ଞାପନ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି ମାରି ନେଇଛନ୍ତି। ସାରା ତେନ୍ଦୁଲକର ଖୁବ୍ ଶୀଘ୍ର ଏକ ଅନ୍ତର୍ଜାତୀୟ ପୋଷାକ ବ୍ରାଣ୍ଡର ବିଜ୍ଞାପନ କରୁଥିବାର ନଜର ଆସିବେ। ନିକଟରେ ସାରା ତେନ୍ଦୁଲକର ଏକ ଭିଡିଓରେ ବଢ଼ିଆ ଆଉଟ୍‌ଫିଟରେ ଅଲଗା ଅଲଗା ଅନ୍ଦାଜରେ ପୋଜ୍‌ ଦେଉଥିବାର ଦେଖା ଯାଉଛନ୍ତି। ଏହି ବିଜ୍ଞାପନରେ ସାରା ଅଭିନେତ୍ରୀ ବନିତା ସନ୍ଧୁ ଓ ତାନିଆ ଶ୍ରଫଙ୍କ ସହ ନଜର ଆସିଛନ୍ତି। ସାରାଙ୍କର ବର୍ତ୍ତମାନ ବୟସ ୨୪ ବର୍ଷ ଏବଂ ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି।

ସାରା ତେନ୍ଦୁଲକର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏହି ଫଟୋ

ସାରା ତେନ୍ଦୁଲକର ନିକଟରେ ନିଜର କିଛି ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ବ୍ରାଉନ୍ ରଙ୍ଗର ଆଉଟ୍‌ଫିଟରେ ସାରା ତେନ୍ଦୁଲକରଙ୍କୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। ଏହି ବିଜ୍ଞାପନରେ ସାରା ଏକ ହ୍ରଦ କୂଳରେ ନଜର ଆସିଛନ୍ତି ଏବଂ ଅଲଗା ଅଲଗା ପୋଜ୍‌ ଦେଉଥିବାର ଦେଖା ଯାଉଛନ୍ତି। ଭିଡିଓ ଆରମ୍ଭରେ ସାରା ଏକାକୀ ନଜର ଆସୁଥିବା ବେଳେ କିଛି ସମୟ ପରେ ବନିତା ସନ୍ଧୁ ଓ ତାନିଆ ଶ୍ରଫ ମଧ୍ୟ ସେଥିରେ ଦେଖା ଯାଉଛନ୍ତି।

ପ୍ରଶଂସକମାନଙ୍କୁ ବହୁତ ପସନ୍ଦ ଆସୁଛି ଭିଡିଓ

ସାରା ତେନ୍ଦୁଲକରଙ୍କ ପୋଷ୍ଟ ଦେଖିବା ପରେ ଲଗାତାର ଭାବେ ପ୍ରଶଂସକଙ୍କ କମେଣ୍ଟ ଆସୁଛି। ଜଣେ ପ୍ରଶଂସକ ଏମିତି ବି ଲେଖି ଦେଇଛନ୍ତି କି, ‘ସାରା ତେନ୍ଦୁଲକର ଜଣେ ହଲିଉଡ ଅଭିନେତ୍ରୀ ପରି ଦେଖା ଯାଉଛନ୍ତି’। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଲାଗୁଛି, ଆପଣ ଗ୍ରୀସରୁ ଆସିଛନ୍ତି’। ଆଉ କେତେଜଣ ୟୁଜର ‘ବହୁତ ସୁନ୍ଦର’ ବୋଲି ଲେଖିଛନ୍ତି।

ସଚିନ ତେନ୍ଦୁଲକରଙ୍କ ବଡ଼ ଝିଅ ହେଉଛନ୍ତି ସାରା

ସାରା ତେନ୍ଦୁଲକର ହେଉଛନ୍ତି ସଚିନ ତେନ୍ଦୁଲକର ଓ ଅଞ୍ଜଳି ତେନ୍ଦୁଲକରଙ୍କ ବଡ଼ ଝିଅ। ଦୁଇ ଜଣଙ୍କର ଏକ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ଅଛନ୍ତି, ଯିଏକି ଜଣେ କ୍ରିକେଟର। ବର୍ତ୍ତମାନ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହ ଜଡିତ ରହିଛନ୍ତି। ସାରାଙ୍କ ସ୍କୁଲ ଶିକ୍ଷା ମୁମ୍ବାଇରେ ହୋଇଛି। ଏହାପରେ ସେ ମେଡିସିନର ପାଠପଢ଼ା ପାଇଁ ଲଣ୍ଡନ ଚାଲି ଯାଇଥିଲେ। ସାରାଙ୍କର ଏହି ବିଜ୍ଞାପନ ଡେବ୍ୟୁରେ ପ୍ରଶଂସକମାନେ ତାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି ଏବଂ ସେୟାର ମଧ୍ୟ କରୁଛନ୍ତି। କ୍ରିଟିକ୍ସ KRK ମଧ୍ୟ ସାରା ତେନ୍ଦୁଲକରଙ୍କ ଡେବ୍ୟୁକୁ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.