Below header

ନିଜ ହାତରେ ଅଳିଆ ଉଠାଇ ଗାଁକୁ ସ୍ୱଚ୍ଛ ଏବଂ ପରିଷ୍କାର କରୁଛନ୍ତି ବିଡିଓ

ଗଞ୍ଜାମ : ବିଡିଓ ହେବ ତ ଏମିତି। କର୍ତ୍ତବ୍ୟ ପରେ କର୍ତ୍ତବ୍ୟ କରି ସବୁବେଳେ ଚର୍ଚ୍ଚାରେ ଏହି ବିଡିଓ। ଆମେ ଆଜି ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିତ୍ୱଙ୍କ ସହିତ ପରିଚିତ କରାଇବୁ ଯିଏ କର୍ତ୍ତବ୍ୟନିଷ୍ଠ କାମ ପାଇଁ ପ୍ରଶଂସାର ପାତ୍ର ପାଲଟିଛନ୍ତି। କୌଣସି କାମ କାହା ପାଇଁ ଛୋଟ ନୁହେଁ ଆଜି ସେ ପ୍ରମାଣ କରିଦେଖାଇଛନ୍ତି। ଆମେ ଆପଣଙ୍କୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ବିଡିଓଙ୍କ ବିଷୟରେ।

ନିଜେ ହାତରେ କୋଡି ଧରି ଆବର୍ଜନା ବାହାର କରୁଛନ୍ତି। ଦୋଳା ରେ ବୋହିନେଇ ଗାଁ ଶେଷରେ ଥିବା ଅଳିଆ ଗଦାରେ ପକାଉଛନ୍ତି। କୋଭିଡ୍ ସମୟରେ ଗଂଜାମ ରେ ସର୍ବାଧିକ ଭାବେ କୋଭିଡ୍ ଟେଷ୍ଟ କରି ବେଲଗୁଣ୍ଠା ବ୍ଳକର ବିଡିଓ ଚର୍ଚ୍ଚାରେ ରହିଥିବା ବେଳେ , ଏବେ ପୁଣି ଗାଁ କୁ ଗାଁ ବୁଲି ପରିମଳ ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇ ଏଭଳି ସଫେଇ କାର୍ଯ୍ୟକ୍ର ରେ ସାମିଲ ହୋଇଛନ୍ତି।

ଗଂଜାମ ଜିଲ୍ଲାରେ କୋଭିଡ ନିୟନ୍ତ୍ରଣ ସମଗ୍ର ଦେଶପାଇଁ ଏକ ଉଦାହରଣ ସୃଷ୍ଟି କରିଥିବା ବେଳେ କୋଭିଡ୍ ପରବର୍ତ୍ତୀ କାର୍ଯ୍ୟକ୍ରମ ଭାବେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ “ମୋ ସ୍ବାଭିମାନ – ସ୍ବଚ୍ଛ ଗଂଜାମ” କାର୍ଯ୍ୟକ୍ରମ ର ପରିକଳ୍ପନା କରିଛନ୍ତି । କୋଭିଡ୍ ପରେ ସ୍ବଚ୍ଛତା ପ୍ରତି ଗୁରୁତ୍ବ ଦେବାକୁ ଆହ୍ବାନ ଦେଇଛନ୍ତି । ସେହି ଦୃଷ୍ଟିରୁ ବେଲଗୁଣ୍ଠା ବ୍ଳକ ର ନାଟଙ୍ଗା ପଞ୍ଚାୟତ କୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ନିଆଯାଇଥିବାରୁ ଲୋକଙ୍କ ଭିତରେ ସ୍ବଚ୍ଛତା ପ୍ରତି ଆଗ୍ରହ ବଢାଇବାକୁ ବି.ଡି.ଓ ଶ୍ରୀ ମହାପାତ୍ର ଏଭଳି ସଫେଇ କାର୍ଯ୍ୟକ୍ରମ ନିଜ ତରଫରୁ ପ୍ରଥମେ ଆରମ୍ଭ କରିଥିବା କହିଛନ୍ତି । ତେବେ ବିଡିଓଙ୍କ ଏପରି ପଦକ୍ଷେପକୁ ଲୋକେ ବହୁତ ପ୍ରଶଂସା କରିବା ସହିତ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନନ୍ତି। ଆଉ ଲୋକମାନେ ବି ଆଶା ରଖିଛନ୍ତି ଯେ ଆଗକୁ ବିଡିଓ ଗାଁରେ ଉନ୍ନତି ନିଶ୍ଚୟ ଆଣିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.