Hondaର ଜବରଦସ୍ତ ଅଫର ! ଏହିସବୁ କାର ଉପରେ ମିଳୁଛି ବମ୍ପର ଡିସକାଉଣ୍ଟ

ହୋଣ୍ଡା ଗାଡ଼ି କିଣିବାର ବହୁତ ବଢ଼ିଆ ମଉକା ଆପଣଙ୍କ ପାଇଁ। HONDA ନିଜର କାର ଇୟର ଆଣ୍ଡ୍ ଅଫର୍ସ ଏବଂ ଡିସକାଉଣ୍ଟ ଘୋଷଣା କରିଦେଇଛି। ଖାସ୍ କଥା ହେଉଛି ଏହି ଅଫରରେ କମ୍ପାନୀ କିଛି ନୂଆ ମଡେଲ ଏବଂ ଇଞ୍ଜିନଯୁକ୍ତ ଗାଡ଼ିକୁ ବି ସାମିଲ କରିଛି। ଆସନ୍ତୁ ଜାଣିବା କେଉଁ କାର ଉପରେ କେତେ ଟଙ୍କା ଡିସକାଉଣ୍ଟ ମିଳୁଛି।

Honda Amaze ସ୍ପେଶାଲ ଏଡିସନ୍ : ହୋଣ୍ଡା ନିଜର ଏଣ୍ଟ୍ରୀ ଲେବଲ ଆମାଜର ସ୍ପେଶାଲ ଏଡିସନ୍ ଉପରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି । ଯାହା ପେଟ୍ରୋଲ ଏବଂ ଡିଜେଲରେ ଲାଗୁ ହେଉଛି। ଏହାସହିତ ପୁରୁଣା କାରକୁ ଏକ୍ସଚେଞ୍ଜ କରିବା ଦ୍ୱାରା ୭,୦୦୦ ଟଙ୍କାର କ୍ୟାସ୍ ବେନିଫିଟ୍ ମଧ୍ୟ ମିଳିବ। ସେହିପରି ଏହି କାର ଉପରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଆଡିସନାଲ ଡିସକାଉଣ୍ଟ ମଧ୍ୟ ଦିଆଯାଉଛି।

Honda Amaze ଏକ୍ସକ୍ଲୁସିଭ୍ ଏଡିସନ୍ : ଆମାଜ୍ କମ୍ପାନୀ ଏକ୍ସକ୍ଲୁସିଭ୍ ଏଡିସନ୍ ଉପରେ ୨୭,୦୦୦ ଟଙ୍କା ଡିସକାଉଣ୍ଟର ଅଫର ଦେଉଛି। ଏହି କାର ଉପରେ ୧୨,୦୦୦ ଟଙ୍କାର କ୍ୟାସ୍ ଡିସକାଉଣ୍ଟ ଏବଂ ୧୫,୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍ ମଧ୍ୟ ଉପଲବ୍ଧ ହେବ ।

car

Honda City : ହୋଣ୍ଡା ସିଟି ଉପରେ କମ୍ପାନୀ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍ ଦେଉଛି।

Honda Jazz : Jazzର ପେଟ୍ରୋଲ ମଡେଲ ବିଷୟରେ କହିବା ତ ଏହା ଉପରେ ୪୦,୦୦୦ ପର୍ଯ୍ୟନ୍ତ ବେନିଫିଟ୍ ଦିଆଯାଉଛି। ଯେଉଁଥିରେ ୨୫,୦୦୦ ଟଙ୍କାର କ୍ୟାସ୍ ଡିସକାଉଣ୍ଟ ଏବଂ ୧୫,୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍ ମଧ୍ୟ ରହିଛି।

Honda WR-V : ଏହି କାର ବିଷୟରେ କହିବା ତ ଏଥିରେ ୪୦,୦୦୦ ଟଙ୍କାର ବେନିଫିଟ୍ ଦିଆଯାଉଛି। ଯେଉଁଥିରେ ୨୫,୦୦୦ ଟଙ୍କାର କ୍ୟାସ୍ ଡିସକାଉଣ୍ଟ ଏବଂ ୧୫,୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍ ସାମିଲ ଅଛି। ହେଲେ ଏହି ଲାଭ, Honda WR-V ର Exclusive Editions ଉପରେ ଲାଗୁ ହେଉନାହିଁ।

wr

Honda Amaze (Normal Edition) : ହୋଣ୍ଡା ଆମାଜର ପେଟ୍ରୋଲ ମଡେଲ ଉପରେ ଆପଣ ୩୭,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ଠାଇପାରିବେ। ଡିଜେଲ ମଡେଲ ଉପରେ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିବା ସହିତ ୧୫,୦୦୦ ଟଙ୍କା ପଯ୍ୟର୍ନ୍ତ କ୍ୟାସ୍ ଡିସକାଉଣ୍ଟ ବି ମିଳୁଛି। ସେହିପରି ଏଥିରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍ ମଧ୍ୟ ସାମିଲ ରହିଛି।

Honda Civic (Normal Edition) : ହୋଣ୍ଡା ସିଭିକର ପେଟ୍ରୋଲ ମଡେଲ ଉପରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାଇପାରିବେ। ଏହାବ୍ୟତୀତ ଡିଜେଲ ମଡେଳ ଉପରେ ବି ୧ ଲକ୍ଷ ଟଙ୍କା ପଯ୍ୟର୍ନ୍ତ କ୍ୟାସ୍ ଡିସକାଉଣ୍ଟ ମଧ୍ୟ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.