Below header

ମଣ୍ଡପରେ ବରକୁ ଛାଡ଼ି ଚାକିରିର କାଉନସେଲିଂ ପାଇଁ ପହଞ୍ଚିଲେ କନ୍ୟା, ସରକାରୀ ଶିକ୍ଷୟିତ୍ରୀ ହୋଇ ଫେରିଲେ ଶାଶୁଘର

ମଣ୍ଡପରେ ବାହାଘରକୁ ଛାଡ଼ି କାଉନସେଲିଂ ପାଇଁ ଗଲେ କନ୍ୟା। ଏଭଳି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ। ଏଠାରେ ବର କନ୍ୟା ସିଂଥିରେ ସିନ୍ଦୁର ଭରିବା ପରେ କନ୍ୟା ଶାଶୁଘରକୁ ନ ଯାଇ ସିଧା କାଉନସେଲିଂ ପାଇଁ ଯାଇଥିଲେ । ସେଠାରେ ଉତ୍ତୀର୍ଣ୍ଣ ହେବା ପରେ ଶିକ୍ଷୟିତ୍ରୀ ହୋଇ ଶାଶୁ ଘରକୁ ବିଦା ହୋଇଛନ୍ତି।

bride4

ଗୋଣ୍ଡା ଅନ୍ତର୍ଗତ ରାମନଗରର ବାରାବଙ୍କୀର ବାସିନ୍ଦା ପ୍ରଜ୍ଞା ତିୱାରୀ ହାତରେ ମେହେନ୍ଦୀ ମୁଣ୍ଡରେ ଗଜରା ପିନ୍ଧି ଡକ୍ୟୁମେଣ୍ଟ ଧରି ଫର୍ମ ପୂରଣ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ଏନେଇ ପଚାରିବାରୁ ସେ କହିଥିଲେ ଯେ ବୁଧବାର ରାତିରେ ତାଙ୍କ ବିବାହ ଥିଲା। ମାତ୍ର ଗୁରୁବାର ସକାଳେ କାଉନସେଲିଂ ଥିବାରୁ ସେ ବେଦୀରୁ ସିଧାସଳଖ ଏଠାକୁ ଆସିଯାଇଛନ୍ତି। ଏଣୁ ମୁଣ୍ଡ କୁଣ୍ଡାଇବାକୁ ସେ ସମୟ ପାଇନଥିଲେ।

bride2

ପ୍ରଜ୍ଞା କହିଛନ୍ତି ତାଙ୍କ ବାପଘର ଓ ଶାଶୁ ଘର ଲୋକେ ଉଭୟେ ତାଙ୍କ ପଢ଼ା ଓ ଚାକିରି କରିବାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। କାଲି ବିବାହ ସରିଥିବା ବେଳେ ଆଜି ଚାକିରି ମିଳିଛି। ତେଣୁ ସେ ବହୁତ ଖୁସି ବୋଲି କହିଛନ୍ତି ପ୍ରଜ୍ଞା। ଏଥିସହ ପ୍ରଜ୍ଞା ସବୁ ବାପା ମା’ଙ୍କୁ ନିଜ ପିଲାଙ୍କୁ ସପୋର୍ଟ କରିବାକୁ ନିବେଦନ କରିଛନ୍ତି।

bride3

ପ୍ରଜ୍ଞାଙ୍କ ଉତ୍ସାହ ଓ ନିଷ୍ଠା ଦେଖି ତାଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ମଧ୍ୟ ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.