ଡିଜିଟାଲ ଟ୍ରାନଜାକସନ୍ ଫେଲ୍ ହେଲେ ବ୍ୟାଙ୍କ ପ୍ରତିଦିନ ଦେବ ୧୦୦ ଟଙ୍କା ଜରିମାନା, ପଢ଼ନ୍ତୁ ଏହାକୁ ନେଇ ସମ୍ପୂର୍ଣ୍ଣ ଖବର

ଯଦି ଆପଣ କାହାକୁ ୟୁପିଆଇ ଦ୍ୱାରା ପେମେଣ୍ଟ କରିଛନ୍ତି ଏବଂ ଆପଣଙ୍କ ଖାତାରୁ ଟଙ୍କା କଟିଯାଇଛି, ଆଉ ଦୋକାନୀଙ୍କୁ ପେମେଣ୍ଟ ହେଇନି । ତାହେଲେ ଭୟ କରିବାର ଆବଶ୍ୟକ ନାହିଁ। ଏହିଭଳି ପରିସ୍ଥିତିରେ ଖାତାରୁ କଟିଥିବା ଟଙ୍କାକୁ ବ୍ୟାଙ୍କ ତୁରନ୍ତ ଫେରାଇଦିଏ। ଯଦି ଏମିତି ନହେଉଛି ତାହେଲେ ଆପଣଙ୍କୁ ଅଭିଯୋଗ କରିବାକୁ ପଡିବ। କିନ୍ତୁ ତାପରେ ଯଦି ବି ସାତ ଦିନ ଭିତରେ ଗ୍ରାହକଙ୍କ ଖାତାକୁ ଟଙ୍କା ଆସିନି, ତାହେଲେ କାର୍ଡ ଜାରି କରିଥିବା ବ୍ୟାଙ୍କ ଆପଣଙ୍କୁ ପ୍ରତିଦିନ ୧୦୦ ଟଙ୍କା ହିସାବରେ ଜରିମାନା ଦେବ। ଫେଲ୍ ଟ୍ରାନଜାକସନ୍ ମାମଲାରେ ଆରବିଆଇର ଏହି ନିୟମକୁ ୨୦ ସେପ୍ଟେମ୍ବର ୨୦୧୯ ଠାରୁ ଲାଗୁ କରିସାରିଛି।

ଯଦି ଆପଣ ଡିଜିଟାଲ ଟ୍ରାନଜାକସନ୍ କରିବା ଦ୍ୱାରା ଟଙ୍କା ଫେରସ୍ତ ଆସିନାହିଁ, ତାହେଲେ ଆପଣ ୟୁପିଆଇ ଆପ୍ ଯାଇ ନିଜର ଅଭିଯୋଗ ରୁଜୁ କରିପାରିବେ। ଏଥିପାଇଁ ଆପଣଙ୍କୁ ପେମେଣ୍ଟ ହିସଟ୍ରୀ ଅପସନକୁ ଯିବାକୁ ହେବ। ଏଠାରେ ଆପଣଙ୍କୁ ରେଜ୍ ଡିସପୁଟକୁ ଯିବାକୁ ହେବ। ରେଜ୍ ଡିସପୁଟରେ ଆପଣ ଅଭିଯୋଗ କରିପାରିବେ। ବ୍ୟାଙ୍କ୍ ଆପଣଙ୍କ ଅଭିଯୋଗ ମୁତାବକ ଟଙ୍କା ଫେରସ୍ତ କରିବ।

ଏନପିସିଆଇ ରିପୋର୍ଟ ଅନୁଯାୟୀ, ସରକାରୀ ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କରେ ଗ୍ରାହକଙ୍କୁ ସବୁଠାରୁ ଅଧିକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ଏକ ଆକଳନ ଅନୁଯାୟୀ, ଏଥିରେ ପ୍ରାୟ ୧୪.୮ ପ୍ରତିଶତ ଟ୍ରାନଜାକସନ୍ ଫେଲ୍ ହୋଇଥିବା ଜଣାଯାଇଛି । ସେହିପରି କାନାରା ବ୍ୟାଙ୍କରେ ୯.୮%, ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ୪.୨% ପେମେଣ୍ଟ ଫେଲ୍ ହୋଇଛି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ୩.୭% ଟ୍ରାନଜାକସନ୍ ଫେଲ୍ ହୋଇଛି।

ଦେଶରେ ଗ୍ରାହକଙ୍କ ପକ୍ଷରୁ ସେବା ସହିତ ଜଡିତ ଅଭିଯୋଗ ମାମଲାରେ ମଧ୍ୟ ଏଚଡିଏଫସି ବ୍ୟାଙ୍କ୍ ଦ୍ୱିତୀୟ ସ୍ଥାନରେ ରହିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.