ସ୍ୱଚ୍ଛ ସୁନ୍ଦରଗଡ଼ ପାଇଁ ପଦକ୍ଷେପ: ୧୯୦ଟି ଅତ୍ୟାଧୁନିକ ମେସିନ୍ ଓ ଗାଡ଼ି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼: ସ୍ୱଚ୍ଛ ସୁନ୍ଦରଗଡ଼ ପାଇଁ ପଦକ୍ଷେପ । ରାଉରକେଲା ମହାନଗର ନିଗମ, ବୀରମିତ୍ରପୁର ପୌରପାଳିକା, କୋଇଡ଼ା ଏବଂ କୁତ୍ରା ବ୍ଲକରେ ପରିମଳ ସେବା ପାଇଁ ନିୟୋଜୋତ ୧୯୦ଟି ଅତ୍ୟାଧୁନିକ ମେସିନ ଓ ଗାଡ଼ିର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

ଏହି ନୂତନ ଯାନ ମଧ୍ୟରେ ରହିଛି ପ୍ରତି ଘରୁ ପୃଥକୀକୃତ ଆବର୍ଜନା ସଂଗ୍ରହ ପାଇଁ ହୁପର ଟିପର ଡମ୍ଫର, ହାଇଡ୍ରୋଲିକ ବ୍ୟବସ୍ଥା ଥିବା ବ୍ୟାଟେରୀ ଚାଳିତ ଯାନ, ଗାର୍ବେଜ ଉଠାଇବା ପାଇଁ ମିନି ଟିପ ଓ ଫଗିଂ ମେସିନ ଯୁକ୍ତ ଯାନ । ସେହିପରି ୪ଟି ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର, ୨୨ଟି ପରିଚୟ ଓ ମିଶନ ଶକ୍ତି ଗୃହ, ପାନପୋଷ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.