କରଞ୍ଜିଆ ଚଢ଼େଭୋଲ ନିକଟରୁ ପିକଅପ ଭ୍ଯାନ୍ ସହିତ ୨୦୦୦ ଲିଟର କିରୋସିନି ଜବତ, ଜଣେ ଗିରଫ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଚଢ଼େଭୋଲ ନିକଟରୁ ଏକ ପିକଅପ ଭ୍ଯାନରେ ବେଆଇନ କିରୋସିନି ଚୋରା ଚାଲାଣ ହେଉଥିବା ଖବର ପାଇବା ପରେ କରଞ୍ଜିଆ ପୋଲିସ୍  ଗାଡିଟିକୁ କାବୁ କରିଛି । ଗାଡି ସହିତ ୨୦୦୦ ଲିଟର କିରୋସିନି ଜବତ କରିବା ସହିତ ବିଶ୍ଵନାଥ ସେଠି ନାମକ ଜଣେ ବ୍ୟକ୍ତିଙ୍କୁ କୋର୍ଟ ଚାଲଣ କରିଛି।

ମିଳିଥିବା ଖବର ମୁତାବକ,ଗତକାଲି ୪୯  ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଅଂଚଳରୁ ଏକ ପିକଅପ ଭେନ ଗାଡ଼ିରେ ବେଆଇନ ଭାବେ କିରୋସିନି ଚୋର ଚାଲାଣ  ହେଉଥିବା ବେଳେ ଚଢେଇଭୋଲ ନିକଟରୁ ପୋଲିସ ଗାଡି ସହିତ ବେଆଇନ କିରୋସିନିକୁ ଜବତ କରି ଥାନକୁ ଆଣିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.