Below header

ଆଜି ବିଶ୍ୱ ମେଲେରିଆ ଦିବସ, ରାଜ୍ୟ ବାସୀଙ୍କୁ ଶପଥ ନେବାକୁ ଆହ୍ୱାନ ଦେଲେ “ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ”

ଭୁବନେଶ୍ୱର: ଆଜି ବିଶ୍ୱ ମେଲେରିଆ ଦିବସ । ଟ୍ୱିଟ ଜରିଆରେ ଏକ ଜରୁରୀ ଦେଇଛନ୍ତି “ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ” । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆଯାଇଥିବା ଏହି ସୂଚନା ଅନୁଯାୟୀ, ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଆଜି ଓଡିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇପାରିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନୀତି ବଳରେ ଓଡିଶା ଏଦିଗରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ସହ ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇପାରିଛି ।

ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆହୁରି ମଧ୍ୟ କୁହାଯାଇଛିକି, ଆଜିର ବିଶ୍ୱ ମେଲେରିଆ ଦିବସରେ ଆସନ୍ତୁ ଶପଥ ନେବା, ନିଜ ଆଖପାଖ ଅଂଚଳକୁ ସଫା ରଖିବା ଓ ନିୟମିତ ଭାବେ ମଶାରୀ ବ୍ୟବହାର କରିବା  କହି ରଖିବା ଉଚିତ ହେବକି, ପ୍ରତିବର୍ଷ ଏପ୍ରିଲ ମାସ ୨୫ ତାରିଖକୁ ବିଶ୍ୱ ମେଲେରିଆ ଦିବସ ଭାବେ ପାଳନ କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.