ଭାରତରେ କରୋନା ମୃତ୍ୟୁସଂଖ୍ୟା ୭୭୫ରେ ପହଁଚିଲା, ମହାରାଷ୍ଟ୍ରରେ ସର୍ବାଧିକ ୬ ହଜାର ୮୧୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଉପରେ ଲାଗୁନି ବ୍ରେକ୍। ଦେଶରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୭୭୫ରେ ପହଞ୍ଚିଛି । କରୋନାରେ ୨୪ ହଜାର ୫୦୬ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୫୦୬୩ଜଣ । ସେପଟେ ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ସର୍ବାଧିକ ୬ ହଜାର ୮୧୭ ଆକ୍ରାନ୍ତ ହୋଇଥିବା ବେଳେ ୩୦୧ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ ,ଗୁଜରାଟ ଓ ରାଜସ୍ଥାନରେ ବି ସ୍ଥିତି ଉଦ୍‌ବେଗଜନକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.