Below header

ଚିନ୍ତା ବଢ଼ିଲା ୨ ବର୍ଷ ଝିଅ ଦେହରେ କରୋନା ପଜେଟିଭ, କାହା ସଂସ୍ପର୍ଶରେ ଝିଅଟି ଆସିଥିଲା ଅନୁସନ୍ଧାନ ଚଳାଇଛି ପ୍ରଶାସନ

କେନ୍ୟୁଜ(ବ୍ୟୁରୋ): ଗୋଟିଏ ଦିନରେ ରାଜ୍ୟରେ ସଂକ୍ରମିତ ହେଲେ ୧୩ ଜଣ । ଖବର ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଅର୍ଥାତ ପଜିଟିଭ ସଂଖ୍ୟା ୭୪ରେ ପହଞ୍ଚିଛି । ଏହି ୧୩ ଜଣଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟବାହାରୁ ସଂକ୍ରମଣ ଧରି ଆସିଥିବା ଅନୁମାନ କରାଯାଉଛି।ଆଜି ସକାଳେ ଭଦ୍ରକର ୫ ଓ ବାଲେଶ୍ୱରର ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ବାଲେଶ୍ୱରର ୨ ବର୍ଷର କୁନି ଝିଅର ନମୁନା ପଜେଟିଭ ଆସିଥିଲା । ଆକ୍ରାନ୍ତ ଶିଶୁ ଜଣଙ୍କ ନୀଳଗିରି ସବଡିଭିଜନର ଧରମପୁର ପଞ୍ଚାୟତ ବାଂଶପାଳ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଏତେ ଛୋଟ ଝିଅ କେମିତି ଓ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହେଲେ ସେସବୁର contact tracing କରୁଛି ଜିଲ୍ଲା ପ୍ରଶାସନ।ତେବେ କୁନି ଝିଅ ପଜିଟିଭ ଚିହ୍ନଟ ହେବା ପରେ ପଂଚାୟତର ୩ଟି ୱାର୍ଡକୁ ଅବରୋଧ ଅଂଚଳ ଘୋଷଣା କରାଯାଇଛି ।

ଅନ୍ୟପଟେ ଭଦ୍ରକରୁ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ୫ଜଣ ଆକ୍ରାନ୍ତ କୋଲକାତାରୁ ଆସିଥିବା ଜଣାପଡିଛି । ସମସ୍ତଙ୍କ ବୟସ ୪୮ରୁ ୬୬ବର୍ଷ ଭିତରେ ରହିଛି । ବାସୁଦେବପୁର ବ୍ଲକର ୩ ଜଣ ଓ ଭଣ୍ଡାରୀପୋଖରୀ ବ୍ଲକର ୨ ଆକ୍ରାନ୍ତ ରହିଛନ୍ତି । ଏମାନଙ୍କ ଠାରୁ ନମୂନା ସଂଗ୍ରହ କରାଯିବା ପରେ ତାଙ୍କୁ ଅଲଗା ଅଲଗା ଭାବେ ରଖାଯାଇଥିଲା ।

jajpur collector

ବର୍ତ୍ତମାନ ରାଜ୍ୟରେ ଆଉ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣ ଯାଜପୁରରୁ ଓ ୧ ଜଣେ ସୁନ୍ଦରଗଡ଼ରୁ ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ଓଡ଼ିଶାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । ଯାଜପୁରରେ ଚିହ୍ନଟ ୫ଟି ମାମଲା ମଧ୍ୟରୁ କୋରେଇ ବ୍ଲକରୁ ଜଣେ, ଯାଜପୁର ବ୍ଲକରୁ ୩ ଜଣ ଓ ଦଶରଥପୁର ବ୍ଲକର ଜଣେ ବୋଲି ଜଣାପଡ଼ିଛି ।


ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଏମାନେ କୋଲକତାରୁ ଫେରିଥିବା ଜଣାଯାଇଛି । ସଂପୃକ୍ତ ଅଞ୍ଚଳଗୁଡ଼ିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିସାରିଛନ୍ତି ଜିଲ୍ଲାପାଳ ।ଜିଲ୍ଲା ପ୍ରଶାସନ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଯାଜପୁରର ଏହି ୫ ଜଣ ଗତ ୨୮ ଓ ୨୯ ତାରିଖରେ କୋଲକତାରୁ ଫେରିଥିଲେ । ସେମାନେ ହାୱଡା ଅଞ୍ଚଳର କେତେକ କାରଖାନାରେ ଶ୍ରମିକଭାବେ କାମ କରୁଥିଲେ ।ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବିଶ୍ରା ଅଞ୍ଚଳର ବୋଲି ସୂଚନା ରହିଛି। ନୂଆ ଚିହ୍ନଟ ଆକ୍ରାନ୍ତ ସେଠାରୁ ଆଗରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.